
ନୂଆଦିଲ୍ଲୀ, 14 ଜାନୁଆରୀ (ହି.ସ.)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବ୍ୟାପୀ ବୃହତ ସ୍ୱଚ୍ଛତା ଅଭିଯାନରେ ଆଜି ସାମିଲ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପିନଡ୍ଡା । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦେଶରେ ଏହି ଅଭିଯାନ ଆଜିଠୁ ଆରମ୍ଭ ହୋଇଥିବା ବେଳେ ଜାନୁୟାରୀ 22ରେ ଶେଷ ହେବ ।
ବିଜେପିର ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଜାନୁୟାରୀ 14ରୁ 22ଯାଏ ଚାଲିବାକୁ ଥିବା ଦେଶବ୍ୟାପୀ ବୃହତ ସ୍ୱଚ୍ଛତା ଅଭିଯାନରେ ଆଜି ନଡ୍ଡା ନୂଆଦିଲ୍ଲୀରେ ସାମିଲ ହୋଇ ଶ୍ରମଦାନ କରିବେ । ନଡ୍ଡା ସକାଳ 11ଟା ବେଳେ କରୋଲ ବାଗ ସ୍ଥିତ ଗୁରୁ ରବିଦାସ ମନ୍ଦିରରେ ପହଞ୍ଚିବେ । ଏଠାରେ ସେ ଅଭିଯାନର ଅଂଶ ବନିବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
