ନୂଆଦିଲ୍ଲୀ, 1 ନଭେମ୍ବର (ହି.ସ.) ୫୫ କ୍ରିଏଟିଭ ସହରର ତାଲିକା ଜାରି କରିଛି ୟୁନେସ୍କୋ । ଏହା ମଧ୍ୟରେ ଭାରତର ଦୁଇଟି ସହରକୁ ସ୍ଥାନ ମିଳିଛି । ଏଥିରେ ମଧ୍ୟପ୍ରଦେଶର ଗ୍ୱାଲିୟର ଓ କେରଳର କୋଝିକୋଡକୁ ୟୁନେସ୍କୋ ନିଜ ତାଲିକାରେ ସାମିଲ କରିଛି । ତାନସେନ ନଗରୀ ଗ୍ୱାଲିୟର ସଙ୍ଗୀତ ଓ କୋଝିକୋଡ ସାହିତ୍ୟ ପାଇଁ ମନୋନିତ ହୋଇଛି ।
ଗ୍ୱାଲିୟରର ବେହଟରେ ସଙ୍ଗୀତ ସମ୍ରାଟ ତାନସେନଙ୍କ ଜନ୍ମ ହୋଇଥିଲା । ସଙ୍ଗୀତଜ୍ଞଙ୍କ ଘର ପାଇଁ ଗ୍ୱାଲିୟର ପ୍ରସିଦ୍ଧି ଲାଭ କରିଛି ।
ବୁଧବାର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଶନ ରେଡ୍ଡି ଟ୍ୱିଟ କରି କହିଥିଲେ ଯେ, ୟୁନେସ୍କୋର କ୍ରିଏଟିଭ ସିଟି ନେଟୱର୍କର ନୂଆ ତାଲିକାରେ କେରଳର କୋଝିକୋଡକୁ ୟୁନେସ୍କୋ ଦ୍ୱାରା ସାହିତ୍ୟ ସହର ଓ ଗ୍ୱାଲିୟରକୁ ସଙ୍ଗୀତ ସହର ଭାବେ ନାମିକ କରାଯାଇଛି । ଏହି ସହରକୁ ସଂସ୍କୃତି ଓ ରଚନାତ୍ମକତା ପ୍ରତି ଲୋକଙ୍କ ଦୃଢ ପ୍ରତିବଦ୍ଧତାକୁ ମାନ୍ୟତା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
