ଭୁବନେଶ୍ୱର, 05 ଜାନୁଆରୀ –ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ଜିଲ୍ଲାରେ ରାଶନ ବିତରଣ ଦୁର୍ନୀତି ମାମଲାରେ ରେଡ୍ କରିବାକୁ ପହଞ୍ଚିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀଙ୍କୁ କ୍ଷମତାସୀନ ତୃଣମୂଳ କଂଗ୍ରେସର ସମର୍ଥକମାନେ ଆକ୍ରମଣ କରିବା ମାମଲାରେ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଏହାକୁ ନିନ୍ଦା କରିବା ସହ ମମତା ବାନାର୍ଜୀଙ୍କ ଗୁଣ୍ଡା ମାନେ ପଶ୍ଚିମ ବଙ୍ଗର ସଂସ୍କୃତି ଓ ଗଣତନ୍ତ୍ରର ମର୍ଯ୍ୟାଦାକୁ ଲଜ୍ଜିତ କରିବା କାମ କରୁଛନ୍ତି ବୋଲି କହିଛନ୍ତି ।
ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି , ବିପରୀତ ବିଚାରଧାରା ପ୍ରତି ତୃଣମୂଳ କଂଗ୍ରେସର ଆଚରଣ ରାଜନୈତିକ ଦ୍ୱେଷ ଦ୍ୱାରା ଗ୍ରସିତ । ଗଣତନ୍ତ୍ରରେ ହିଂସା ଓ ଉପଦ୍ରବର କୌଣସି ସ୍ଥାନ ନାହିଁ। କିନ୍ତୁ ତୃଣମୂଳ କଂଗ୍ରେସର ରାଜନୀତି ହିଁ ହିଂସା ଓ ହତ୍ୟା ସହାୟତାରେ ଭୟ ସୃଷ୍ଟି କରିବାର ରହିଛି । ଇଡି ଉପରେ ଯେଉଁ ଆକ୍ରମଣ ହୋଇଛି ତାହା ବଙ୍ଗର ରାଜନୀତିରେ ଟିଏମସି ଦ୍ୱାରା କରାଯାଇଥିବା ସବୁଠାରୁ ନିମ୍ନ ଅଟେ । ଏଥିରୁ ପୁଣି ଥରେ ପ୍ରମାଣିତ ହୋଇଛି ଯେ ତୃଣମୂଳ କଂଗ୍ରେସର ଗଣତନ୍ତ୍ର, ସମ୍ବିଧାନ ବ୍ୟବସ୍ଥାରେ ଆଦୌ ବିଶ୍ୱାସ ନାହିଁ ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା
