ଭୁବନେଶ୍ୱର, 5 ଜାନୁଆରୀ (ହି.ସ.) ବିଜେଡିରୁ ପ୍ରମୋଦ ରଥଙ୍କୁ ବହିଷ୍କାର କରାଯାଇଛି । ସମ୍ବଲପୁର ଜିଲ୍ଲା କମିଟିର ଉପଦେଷ୍ଟା ଥିଲେ ପ୍ରମୋଦ ରଥ । ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ବିଜେଡିରୁ ବହିଷ୍କାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏନେଇ ବିଜେଡି ସାଙ୍ଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
