
କାଠମାଣ୍ଡୁ, 5 ଜାନୁଆରୀ (ହି.ସ.)ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ.ଜୟଶଙ୍କର ନେପାଳରେ ପଶୁପତିନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ବୈଦେଶିକମନ୍ତ୍ରୀ ଏବେ ନେପାଳ ଗସ୍ତରେ ଅଛନ୍ତି । ସେ କାଠମାଣ୍ଡୁରେ ନେପାଳ କ୍ରିକେଟ ଖେଳାଳିଙ୍କୁ ସାକ୍ଷାତ କରିଛନ୍ତି ।
ନେପାଳର କ୍ରିକେଟ ଖେଳାଳିଙ୍କ ସହ ସାକ୍ଷାତ କରି ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏକ୍ସରେ ଫଟୋ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ନେପାଳ କ୍ରିକେଟ ଖେଳାଳିଙ୍କ ସହ କଥାବାର୍ତ୍ତା କରି ଖୁସି ହୋଇଛି । ଟି-20 ବିଶ୍ୱକପ ପାଇଁ ମନୋନିତ ହୋଇଥିବାରୁ ଶୁଭେଚ୍ଛା ଜଣାଉଛି । ବିଶ୍ୱକପ ପ୍ରସ୍ତୁତି ପାଇଁ ଭାରତର ସହଯୋଗ ପାଇଁ ଆଶ୍ୱାସନା ଦେଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
