ନୂଆଦିଲ୍ଲୀ, 17 ନଭେମ୍ବର (ହି.ସ.) ବାଲା ସାହେବ ଠାକରେଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ସ୍ମରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଖର ରାଷ୍ଟ୍ରବାଦୀ, ଜନନେତା, ଶିବସେନାର ସଂସ୍ଥାପକ, ଆଦରଣୀୟ ବାଲା ସାହେବ ଠାକରେଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ମୂଲ୍ୟ, ଆଦର୍ଶ, ବୈଦିକ ସଂସ୍କୃତି ଓ ରାଷ୍ଟ୍ରସେବା ପ୍ରତି ସମର୍ପିତ ତାଙ୍କ ଜୀବନ କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ଅଟେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
