ନୂଆଦିଲ୍ଲୀ, 17 ଅକ୍ଟୋବର (ହି.ସ.) ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି । ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ ଆଣିଛନ୍ତି ମହୁଆ । ଅକ୍ଟୋବର 20ରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ ।
ମହୁଆ ମୋଇତ୍ରା ନିଶିକାନ୍ତ ଦୁବେଙ୍କ ସମେତ ଓକିଲ ଜୟ ଅନନ୍ତ ଦେହାଦରାୟ ଓ କିଛି ମିଡିଆ ନାଁରେ ମଧ୍ୟ ଅଭିଯୋଗ କରିଛନ୍ତି । ପିଟିସନରେ ମହୁଆ ଦର୍ଶାଇଛନ୍ତି ଯେ, ନିଶିକାନ୍ତ ଦୁବେ ଓ ଦେହାଦରାୟ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଯେ ସେ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିଛନ୍ତି । ଅକ୍ଟୋବର 15ରେ ନିଶିକାନ୍ତ ଦୁବେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାକୁ ପତ୍ର ଲେଖି ମହୁଆଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ, ସେ ବିଜନେସମ୍ୟାନ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଟଙ୍କା ଏବଂ ଉପହାର ନେଇ ସଂସଦରେ ପ୍ରଶ୍ନ ପଚାରୁଛନ୍ତି । ଏଥିରେ କିଛି ପ୍ରଶ୍ନ ଅଦାନୀ ଗ୍ରୁପ ସହିତ ଜଡିତ ଯିଏକି ମାର୍କେଟରେ ହୀରାନନ୍ଦାନୀଙ୍କ ପ୍ରତିଦ୍ୱନ୍ଦ୍ୱି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
