ଜୟପୁର, ୧୭ ଅକ୍ଟୋବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଜଙ୍ଗଲରେ ଅବକାରି ବିଭାଗ ମଙ୍ଗଳବାର ଚଢଉ କରିଛି । ମଦ ମାଫିଆମାନେ ମଦ ଓ ପୋଚ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ବିଭାଗ ଚଢଉ କରିଛି । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିଛି । ଘଟଣାସ୍ଥଳରୁ ୧୨୦ ଲିଟର ପୋଚ ଓ ୧୨୦ ଲିଟର ଦେଶି ମଦକୁ ଜବତ କରି ନଷ୍ଟ କରିଛି। ମଦ ରନ୍ଧା ସରଞ୍ଜାମ, ଡ୍ରମ ଆଦିକୁ ଜବତ କରାଯାଇଥିବା ଜୟପୁର ଅବକାରି ବିଭାଗ ତରଫରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର/ପବନ/ପ୍ରଦୀପ୍ତ/ସମନ୍ୱୟ
