ନୂଆଦିଲ୍ଲୀ, 24 ଅକ୍ଟୋବର (ହି.ସ.)- ଦିଲ୍ଲୀ ପୁଲିସର
ସ୍ପେଶାଲ ସେଲ୍ ଶୁକ୍ରବାର ଆଇଏସଆଇଏସ ମଡ୍ୟୁଲର ପର୍ଦ୍ଦାଫାଶ କରି ଦୁଇଜଣ ସନ୍ଦିଗ୍ଧ
ଆତଙ୍କବାଦୀଙ୍କୁ ଗିରଫ କରିଛି। ଜଣେ ଦିଲ୍ଲୀରୁ ଏବଂ ଅନ୍ୟଜଣେ ମଧ୍ୟ ପ୍ରଦେଶର ଭୋପାଳରୁ ଗିରଫ
ହୋଇଛନ୍ତି। ପୁଲିସ ଅନୁସାରେ, ଏହି ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରଶିକ୍ଷଣ ନେଉଥିଲେ।
ଦିଲ୍ଲୀ ସ୍ପେଶାଲ ସେଲ୍ ଦ୍ୱାରା ଗିରଫ ହୋଇଥିବା ଆତଙ୍କବାଦୀମାନଙ୍କ
ମଧ୍ୟରୁ ଜଣେ ଦିଲ୍ଲୀ ଓ ଅନ୍ୟଜଣେ ମଧ୍ୟପ୍ରଦେଶରେ ରହୁଥିଲେ। ଉଭୟଙ୍କ ଚିହ୍ନଟ
ଅଦନାନ୍ ଭାବେ ହୋଇଛି। ଦିଲ୍ଲୀର ସାଦିକ୍
ନଗରରୁ ଜଣେ ଆତଙ୍କବାଦୀ ଗିରଫ ହୋଇଥିବା ବେଳେ ଅନ୍ୟଜଣ ଭୋପାଳରୁ ଗିରଫ ହୋଇଥିଲେ।
ଅଧିକାରୀମାନେ କହିଛନ୍ତି ଯେ
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଏହି ଦୁଇଜଣ ଆଇଏସଆଇଏସ ସହିତ ସଂପୃକ୍ତ ଥିଲେ ଏବଂ
ଦିଲ୍ଲୀରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣର ଚକ୍ରାନ୍ତ କରୁଥିଲେ। ପୁଲିସ ତାଙ୍କ ନିକଟରୁ ଇଲେକ୍ଟ୍ରୋନିକ୍
ସାମଗ୍ରୀ ଓ ଆପତ୍ତିଜନକ ଜିନିଷ ଜବତ କରିଛି।
ଜଣେ ପୁଲିସ ଅଧିକାରୀ
କହିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ତାଙ୍କ ନେଟୱର୍କ ଓ ଷଡଯନ୍ତ୍ର ସମ୍ପର୍କରେ ତଦନ୍ତ କରାଯାଉଛି। ପ୍ରାରମ୍ଭିକ ତଦନ୍ତରେ ଜଣାପଡିଛି ଯେ ଅଭିଯୁକ୍ତମାନେ ଦିଲ୍ଲୀର ଅନେକ ପ୍ରମୁଖ ସ୍ଥାନର ରେକି କରିଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
