ଡେରାଡୁନ, ୧୧ ଡିସେମ୍ବର (ହି.ସ.)- ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଜମ୍ମୁ-କାଶ୍ମୀରରୁ ଧାରା ୩୭୦ କୁ ହଟାଇବା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ସ୍ଵାଗତ କରିଛନ୍ତି । ଏହି ରାୟ ଦ୍ଵାରା କେନ୍ଦ୍ର ସରକାରଙ୍କ ଦେଶହିତ, ଜମ୍ମୁ-କାଶ୍ମୀର ଏବଂ ଲଦାଖର ସାମଗ୍ରିକ ବିକାଶ ନିମନ୍ତେ ନିଆଯାଇଥିବା ନିଷ୍ପତି ଉପରେ ମୋହର ଲାଗିଛି ।
ମୁଖ୍ୟମନ୍ତ୍ରୀ ଧାମି ସାମାଜିକ ଗଣମାଧ୍ୟମରେ ଏନେଇ କରିଥିବା ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଭାରତର ସଂହତି, ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ନେଇ ଯେଉଁ ଐତିହାସିକ କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପକ୍ଷରୁ କରାଯାଇଛି, ଆଜି ଉଚ୍ଚତମ ନ୍ୟାୟଳୟ ମଧ୍ୟ ଏହାକୁ ସଠିକ୍ ବୋଲି ଦର୍ଶାଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତିକୁ ଜନସାଧାରଣ ପସନ୍ଦ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
