
ଭୋପାଳ, 4 ନଭେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶରେ ନିର୍ବାଚନୀ ପ୍ରଚାର କରିବେ । ପିଏମ ରତଲାମ ଜିଲ୍ଲାରେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ଜନସଭାକୁ ସମ୍ବୋଧିତ କରିବେ ମୋଦି । ପ୍ରଧାନମନ୍ତ୍ରୀ ଦ୍ୱିପ୍ରହର 2.15 ମିନିଟ ସମୟରେ ଇନ୍ଦୋରରେ ପହଞ୍ଚିବେ । ଏୟାରପୋର୍ଟରେ ସେ 5ମିନିଟ ରହିବା ପରେ 2.20ରେ ରତଲାମ ଯିବେ । 2.45ରେ ରତଲାମ ପହଞ୍ଚି ଜନସଭାକୁ ସମ୍ବୋଧିତ କରିବେ ପିଏମ ମୋଦି । ରତଲାମ ଜନସଭାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଉପସ୍ଥିତ ରହିବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
