
ରାୟପୁର, 13 ଡିସେମ୍ବର (ହି.ସ.) ଆଜି ଛତିଶଗଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଷ୍ଣୁଦେବ ସାଏ । ଛତିଶଗଡର ରାଜଧାନୀ ରାୟପୁରରେ ଆୟୋଜିତ ହେବାକୁ ଥିବା ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ । ଏନେଇ ବିଷ୍ଣୁଦେବ ସାଏ ନିଜ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ନେତୃତ୍ୱରେ ଛତିଶଗଡରେ ନୂଆ ସରକାର ଗଠନ ହେବ । ଆଜି ଅପରାହ୍ନ 4ଟାରେ ରାୟପୁରର ସାଇନ୍ସ କଲେଜ ମୈଦାନରେ ଏହି ସମାରୋହ ଅନୁଷ୍ଠିତ ହେବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
