ଜମ୍ମୁ, 21 ଅଗଷ୍ଟ (ହି.ସ.)- ଗୁରୁବାର ଦିନ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଓ ମୁଗଲ ରୋଡ଼ରେ
ଯାତାୟାତ ପାଇଁ ପୁଣି ଖୋଲିଛି । ଗୁରୁବାର ଦିନ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଓ ମୁଗଲ ରୋଡ଼ରେ
ଯାତାୟାତ ସ୍ୱାଭାବିକ ହୋଇଥିବା ଖବର ମିଳିଛି। ଛୋଟ ଗାଡି ଉଭୟ ଦିଗରେ ଯାତାୟାତ କରିପାରିବେ, ଯେଉଁଠାରେ ଭାରୀ ଗାଡି ମାତ୍ର ଗୋଟିଏ ଦିଗକୁ ଯିବାକୁ ଅନୁମତି ପାଇଛନ୍ତି।
ପ୍ରଶାସନ ପକ୍ଷରୁ ସ୍ପଷ୍ଟ
କରାଯାଇଛି ଯେ, ସମସ୍ତ ଗାଡିମାନେ ନିର୍ଦ୍ଧାରିତ କଟଅଫ୍ ସମୟ ମଧ୍ୟରେ ଯାତ୍ରା
କରିପାରିବେ। ଏହି ସମୟ ପରେ କୌଣସି ଗାଡିକୁ ଜମ୍ମୁରୁ ଶ୍ରୀନଗର ବା ଶ୍ରୀନଗରରୁ ଜମ୍ମୁକୁ ଯିବାକୁ
ଅନୁମତି ମିଳିବ ନାହିଁ। ଏହା ସହିତ, ପାଣିପାଗ ଓ ରାସ୍ତାର
ଅବସ୍ଥାକୁ ଦେଖି ମୁଗଲ ରୋଡ଼ ମଧ୍ୟ ଗାଡି ଯାତାୟତ ପାଇଁ ଅନୁମତି ଦିଆଯାଇଛି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
