ଜୈସଲମେର, 19 ଡିସେମ୍ବର (ହି.ସ.) ରାଜସ୍ଥାନର ସୀମାନ୍ତ ଜିଲ୍ଲା ଜୈସଲମେରର କିଶନଗଡରେ ଭାରତ-ପାକିସ୍ତାନ ସୀମାନ୍ତରେ ମୁତୟନ ଥିବା ସୀମା ସୁରକ୍ଷା ବଳର ଜଣେ ଯବାନ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।
ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ ଯବାନ ଜଣକ ହେଲେ କନଷ୍ଟେବଳ ମୋହିମ ମୁଲ୍ଲା, ବୟସ-36 ବର୍ଷ. ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡିଛି । ଯବାନ ଜଣକ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ । ଖବର ପାଇବା ପରେ ବିଏସଏଫର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
