• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ତୃତୀୟ ଲିଙ୍ଗୀଙ୍କ ସଶକ୍ତିକରଣ: ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସମାବେଶିତାର କାହାଣୀ
Regional

ତୃତୀୟ ଲିଙ୍ଗୀଙ୍କ ସଶକ୍ତିକରଣ: ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସମାବେଶିତାର କାହାଣୀ

CliQ INDIA
Last updated: December 22, 2023 5:30 pm
CliQ INDIA
Share
4 Min Read
SHARE

ନୂଆଦିଲ୍ଲୀ, 22 ଡିସେମ୍ବର (ହି.ସ.) ବିକଶିତ ଭାରତ ସଂକଳ୍ପ ଯାତ୍ରା ସମଗ୍ର ଦେଶରେ ଆଶାର ଏକ ରଙ୍ଗୀନ ଚିତ୍ର ବୁଣିଛି । ଏଥିରେ କୋଟି କୋଟି ଲୋକ ସଂଯୁକ୍ତ ହୋଇ ବିକାଶର ଚେତନାକୁ ଆଗକୁ ବଢାଉଛନ୍ତି । ଦେଶର ବିବିଧ କ୍ଷେତ୍ରରେ ଅଗଣିତ ଜନତା ଏକ ସମ୍ମିଳିତ ସ୍ୱପ୍ନ ନେଇ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଅଗ୍ରସର ହେଉଛନ୍ତି ।

ପରିସଂଖ୍ୟାନ ଏକ ପ୍ରଗତିର ଚିତ୍ର ପ୍ରଦାନ କରିପାରେ । କିଛି କାହାଣୀ ସଂଖ୍ୟାକୁ ଅତିକ୍ରମ କରି ଆମ ଭାବ ପ୍ରବଣତାକୁ ଗଭୀରଭାବେ ଅନୁରଣିତ କରିଥାଏ । ସେଭଳି ଏକ କାହାଣୀ ନୀଳେଶଙ୍କର । ନୀଳେଶ ଜଣେ ତୃତୀୟ ଲିଙ୍ଗର ବ୍ୟକ୍ତି । କାଟରିଂ ଜଗତରେ ସେ ନିଜ ପାଇଁ ଏକ ସଫଳ ମାର୍ଗ ତିଆରି କରିପାରିଛନ୍ତି ।

ପିଏମ୍ ଷ୍ଟ୍ରୀଟ ଭେଣ୍ଡର ଆତ୍ମନିର୍ଭର ନିଧି (ପିଏମ୍ ସ୍ୱନିଧି) ଯୋଜନାରେ ମହାରାଷ୍ଟ୍ରର ୱାରଧା ନିବାସୀ ନୀଳେଶ ୧୦ ହଜାର ଟଙ୍କାର ଋଣ ନେଇଥିଲେ । ଏହି ଋଣ ଅର୍ଥ ତାଙ୍କ ସଫଳ ଉଦ୍ୟୋଗ ଜୀବନର ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଶୀଳ ପୁଞ୍ଜି ସାବ୍ୟସ୍ତ ହୋଇଛି । ପ୍ରାରମ୍ଭିକ ଅବସ୍ଥାରେ ନୀଳେଶ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ହେଲେ ତାଙ୍କର ଦୃଢ ସଂକଳ୍ପ, ପ୍ରଚଣ୍ଡ ଆତ୍ମବିଶ୍ୱାସ ଓ ସକାରାତ୍ମକ ଦୃଷ୍ଟିଭଙ୍ଗୀ ନିକଟରେ ସବୁ ଅସୁବିଧା ତୁଚ୍ଛ ପ୍ରମାଣିତ ହୋଇଥିଲା । ସେ ସଫଳତାର ସହିତ ନିଜର ଏକ ଖାଦ୍ୟ ପରିବେଷଣ ସଂସ୍ଥା ବା କ୍ୟାଟରିଂ ୟୁନିଟ୍ ସ୍ଥାପନ କରିଥିଲେ । ଏହି ବ୍ୟବସାୟ କେବଳ ଭଲ ଚାଲି ନ ଥିଲା; ଏହା ନୀଲେଶଙ୍କୁ ଉତ୍ତମ ରୋଜଗାର ଓ ପ୍ରତିଷ୍ଠା ଦେଇଥିଲା । ତାଙ୍କୁ ଦେଖି ଅନେକ ଅନୁପ୍ରାଣିତ ହୋଇଥିଲେ । ଶେଷରେ ଅନେକ ମିଶି ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରିଥିଲେ ଯ।।ହାର ନାମ ଥିଲା ‘ମୋହିନୀ ବଚତ୍ ଗୋଷ୍ଠୀ ।’ ଏହି ଗୋଷ୍ଠୀର ମହିଳା ଓ ତୃତୀୟ ଲିିଙ୍ଗୀମାନେ ଏକତ୍ର ହୋଇ ନିଜକୁ ଆର୍ଥିକ ଦୃଷ୍ଟିରୁ ‘ସଶକ୍ତ’କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଅଳ୍ପ ଦିନରେ ସେମାନଙ୍କ ଉଦ୍ୟମ ସଫଳ ମଧ୍ୟ ହୋଇଥିଲା ।

ନୀଳେଶଙ୍କ ସଫଳ କାହାଣୀ ଅନ୍ୟମାନଙ୍କୁ ସାମାଜିକ ପ୍ରତିବନ୍ଧକ ଅତିକ୍ରମ କରିବାକୁ ପ୍ରେରଣା ଦେଇଥିଲା । ସେମାନେ ମଧ୍ୟ ନିଜର ସ୍ୱପ୍ନ ସାକାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ଏହି ସଫଳତା ପାଇଁ ନୀଳେଶ ‘ପିଏମ୍ ସ୍ୱନିଧି’ ଯୋଜନାକୁ ଶ୍ରେୟ ଦିଅନ୍ତି । ଏହି ଯୋଜନା ଏକ ବରଦାନ ସଦୃଶ ଥିଲା ଏବଂ ଏହା ତାଙ୍କର ଭାଗ୍ୟ ଖୋଲିବା ସହ ସାମର୍ଥ୍ୟ ପ୍ରତିପାଦନ କରିବାକୁ ସୁଯୋଗ ଦେଇଥିଲା । ପିଏମ୍ ସ୍ୱନିଧି ଯୋଜନା ଦ୍ୱାରା ସେ ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ ହୋଇପାରିଛନ୍ତି ବୋଲି କହନ୍ତି ନିଳେଶ ।

ସେହିଭଳି ସୁଶ୍ରୀ ମୋନା ମଧ୍ୟ ଆଉ ଏକ ସଫଳ କାହାଣୀ କହନ୍ତି । ସେ ବି ଜଣେ ତୃତୀୟ ଲିଙ୍ଗ ଉଦ୍ୟମୀ । ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ମୋନା ତାଙ୍କ ଅଭିଜ୍ଞତା ଓ କାହାଣୀ ସ୍ୱୟଂ ପ୍ରଧାନମନ୍ତ୍ରୀଙ୍କୁ ବର୍ଣ୍ଣନା କରିଛନ୍ତି । ସେ କହନ୍ତି ଯେ ତିନିବର୍ଷ ପୂର୍ବେ ସେ ସରକାରଙ୍କଠାରୁ ୧୦ ହଜାର ଟଙ୍କାର ଋଣ ନେଇଥିଲେ । ସେହି ଟଙ୍କାରେ ସେ ନିଜର ଏକ ଚା ଦୋକାନ ଆରମ୍ଭ କରିଥିଲେ । ଏହା ପରେ ତାଙ୍କର ବେପାର ବଢିବାରୁ ସେ ଦ୍ୱିତୀୟ ଥର ୨୦ହଜାର ଓ ତୃତୀୟ ଥର ୫୦ ହଜାର ଟଙ୍କାର ଋଣ ପାଇଥିଲେ । ପିଏମ୍ ସ୍ୱନିଧି ଯୋଜନାରେ ମିଳିଥିବା ଏହି ଋଣ ତାଙ୍କ ଭାଗ୍ୟ ବଦଳାଇ ଦେଇଛି ।

ମୋନାଙ୍କର ଉଦ୍ୟମିତା ଯାତ୍ରା ଆରମ୍ଭ ହୋଇଥିଲା ଚଣ୍ଡିଗଡରୁ । ସେଠାରେ ସେ ପ୍ରଥମ ନିଜର ଏକ ଛୋଟ ଚା ଦୋକାନ ଖୋଲି ନିଜ ସଂକଳ୍ପ ଓ ଶ୍ରମର ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲେ । ଏବେ ସେ ଏହି ପିଏମ୍ ସ୍ୱନିଧି ଯୋଜନାରେ ଏକାଧିକ ବାର ଋଣ ନେଇ ନିଜର ବ୍ୟବସାୟକୁ ବଢାଇଛନ୍ତି ଏବଂ ଠିକ୍ ସମୟରେ ଋଣ ମଧ୍ୟ ପରିଶୋଧ କରିଛନ୍ତି । ସବୁ ସାମାଜିକ ପ୍ରତିବନ୍ଧକକୁ ଦୂର କରି ସେ ଏବେ ଜଣେ ସଫଳ ଉଦ୍ୟୋଗୀ ହେବା ସହିତ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଆତ୍ମନିର୍ଭରଶୀଳ ହୋଇଛନ୍ତି ବୋଲି କହନ୍ତି ସୁଶ୍ରୀ ମୋନା ।

ନୀଳେଶ ଓ ମୋନାଙ୍କ ପରିବର୍ତ୍ତନ ଯାତ୍ରା କେବଳ ବ୍ୟକ୍ତିଗତ ସଫଳତା ବା ବିଜୟ ନ ଥିଲା । ଏ ତୃତୀୟ ଲିଙ୍ଗର ବ୍ୟକ୍ତିମାନଙ୍କ ପ୍ରତି ସମାଜର ଯେଉଁ ବାଛବିଚାର ପୂର୍ଣ୍ଣ ଓ ନକାରାତ୍ମକ ଧାରଣା ରହିଛି ତାହାକୁ ଭାଙ୍ଗିି ଉଭୟ ଏହି ତୃତୀୟ ଲିଙ୍ଗୀ ସମାଜର ଅନ୍ୟାନ୍ୟ ସଦସ୍ୟଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହା ସଶକ୍ତିକରଣ ଓ ପ୍ରଗତିର ଏକ ନୂଆ ପ୍ରତିମାନ ସୃଷ୍ଟି କରିଛି । ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଏମାନେ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇ ନିଜର ଅଭିଜ୍ଞତା ଓ ସଫଳତାର କାହାଣୀ ବର୍ଣ୍ଣନା କରିବା ବେଳେ ପିଏମ୍ ସ୍ୱନିଧି ଯୋଜନା ସେମାନଙ୍କ ଜୀବନରେ କିଭଳି ନିର୍ଣ୍ଣାୟାତ୍ମକ ପରିବର୍ତ୍ତନ ଆଣିଛି ତାହା ଦର୍ଶାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ

You Might Also Like

ବିକଶିତ ଭାରତ ସଙ୍କଳ୍ପ ଯାତ୍ରା : ଓଡିଶାର ଜଣେ ସାଧାରଣ କୃଷକଙ୍କ କାହାଣୀ
ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୨୮ ହଜାର ୮୮୮ ଭୋଟ୍ ରେ ଆଗୁଆ
ଶହୀଦ ବିର୍ସା ମୁଣ୍ଡାଙ୍କଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ନବୀନ ପଟ୍ଟନାୟକ
ଭଦ୍ରକ ଟାଉନ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଦୁର୍ଗମ ଅଂଚଳ ଚାଂଚଡାପଦର ଗାଁ ରେ ପହଂଚି ପାରିଲାନି ବିକାଶ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଗାଜାରେ ମାନବୀୟ ସହାୟତା ବଢାଇବା ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ମତଦାନ କରିପାରେ ଆମେରିକା
Next Article ଜମ୍ମୁକଶ୍ମୀରର ପୁଞ୍ଛ ଜିଲ୍ଲାର ବନାଞ୍ଚଳକୁ ଘେରିଲେ ସୁରକ୍ଷାବଳ, ଆକାଶମାର୍ଗରୁ ଆତଙ୍କବାଦୀଙ୍କ ତଲାସୀ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?