କାଠମାଣ୍ଡୁ, 9 ସେପ୍ଟେମ୍ବର (ହି.ସ.)- କାଠମାଣ୍ଡୁ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ କାଠମାଣ୍ଡୁ ରିଙ୍ଗ୍ ରୋଡ଼ ଅଞ୍ଚଳ
ଭିତରେ ଅନିଶ୍ଚିତକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛି। ଏହି କର୍ଫ୍ୟୁ ଆଜି ସକାଳ 8:30 ଠାରୁ
ପ୍ରଭାବୀ ହୋଇଯାଇଛି। ମୁଖ୍ୟ ଜିଲ୍ଲା ଅଧିକାରୀ ଛାବିଲାଲ ରିଜାଲ ଥାନୀୟ ପ୍ରଶାସନ ଅଧିନିୟମ,
2028 ର
ଧାରା 6ଏଅନୁଯାୟୀ କର୍ଫ୍ୟୁ ଲାଗୁ କରିବା ଆଦେଶ ଜାରି କରିଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ ସାଧାରଣ ଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ଏହି
ପଦକ୍ଷେପ ଆବଶ୍ୟକ। କର୍ଫ୍ୟୁ ସମୟରେ ଯେକୌଣସି ସଭା, ଶୋଭାଯାତ୍ରା,
ପ୍ରଦର୍ଶନ,
ବୈଠକ
କିମ୍ବା ଘେରାଉ ଉପରେ ପ୍ରତିବନ୍ଧକ ରହିବ।
ଲଳିତପୁର ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ମଧ୍ୟ ଲଳିତପୁର ମହାନଗରର କିଛି କ୍ଷେତ୍ରଗୁଡ଼ିକରେ
ଆଜି ସକାଳ 7ଟାରୁ ରାତି 12ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛି।
ମୁଖ୍ୟ ଜିଲ୍ଲା ଅଧିକାରୀ ସୁମନ ଘିମିରେଙ୍କ ଦ୍ୱାରା ଜାରି ହୋଇଥିବା ଏହି ଆଦେଶ ସ୍ଥାନୀୟ ଶାନ୍ତି,
ସୁରକ୍ଷା
ଓ ଯେକୌଣସି ସମ୍ଭାବ୍ୟ ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ଲାଗୁ କରାଯାଇଛି। ଲଳିତପୁରରେ
ମନ୍ତ୍ରୀ ନିବାସ, ୟୁଏମଏଲ ପାର୍ଟି ମୁଖ୍ୟାଳୟ, ନେପାଳୀ କଂଗ୍ରେସ
କେନ୍ଦ୍ରୀୟ କାର୍ଯ୍ୟାଳୟ ସହିତ ଅନ୍ୟାନ୍ୟ ସରକାରୀ ଭବନଗୁଡ଼ିକର ଚାରିପାଖରେ କଠୋର ସୁରକ୍ଷା
ବ୍ୟବସ୍ଥା କରାଯାଇଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
