ଡେରାଡୁନ, 7 ଅଗଷ୍ଟ (ହି.ସ.)-ଉତ୍ତରକାଶୀ
ଜିଲ୍ଲାର ଧରାଲି ଓ ହର୍ଷିଲ୍ ଅଞ୍ଚଳରେ ବାଦଳ ଫାଟିବା ଓ ବନ୍ୟା ପରେ,
ଆଜି ତୃତୀୟ ଦିନ ଗୁରୁବାର ସକାଳଠାରୁ ରେସକ୍ୟୁ କାର୍ଯ୍ୟ
ଯୁଦ୍ଧସ୍ତରରେ ଜାରି ରହିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଆଜି ସକାଳେ ଉତ୍ତରକାଶୀ
ପହଞ୍ଚି ଏନଡିଆରଏଫ୍, ଏସଡିଆରଏଫ୍ ଓ
ପ୍ରଶାସନିକ ଅଧିକାରୀମାନେ ସହିତ ଭେଟି ଧରାଲି ଅଞ୍ଚଳରେ ଚାଲିଥିବା ରେସକ୍ୟୁ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି । ସେ
ବିପଦ୍ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆରମ୍ଭ ହୋଇଥିବା ହେଲିକପ୍ଟର ରେସ୍କ୍ୟୁ ଅପରେସନ୍କୁ ଅଧିକ
କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କର
ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ – “ଆଜି ସକାଳୁ ହେଲି ରେସ୍କ୍ୟୁ ଆରମ୍ଭ ହୋଇଛି। ଯାତ୍ରା ମାର୍ଗ ବାଧାପ୍ରାପ୍ତ ହେବାରୁ ଅନେକ
ଲୋକ ଫସିଥିବା ବେଳେ ସେମାନଙ୍କୁ ମାତଲି ହେଲିପ୍ୟାଡ୍, ଉତ୍ତରକାଶୀକୁ ସୁରକ୍ଷିତ ଭାବେ ନିଆଯାଉଛି।”
ଅପରେସନରେ ଲାଗିଥିବା
ଦଳଗୁଡ଼ିକର ସାହସ ଓ ସମର୍ପଣକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,
“କଠିନ ପରିସ୍ଥିତି ମଧ୍ୟରେ ମଧ୍ୟ ଏହି ଦଳ ନିଷ୍ଠା ଓ
କାର୍ଯ୍ୟକୁଶଳତାର ସହିତ ଯେପରି ଦୃଷ୍ଟାନ୍ତମୂଳକ ଉଦାହରଣ ପ୍ରସ୍ତୁତ କରୁଛନ୍ତି,
ତାହା ବିପର୍ଯ୍ୟୟ ପରିଚାଳନାରେ ଅନୁକରଣୀୟ।”
ଅପରେସନ୍ ଅଭିଯାନ ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ
ଉଦ୍ଧାର କରାଯାଇଛି, କିନ୍ତୁ ସେନା ଯବାନମାନଙ୍କ ସମେତ ଅନେକ ଲୋକ ଏବେ ସୁଦ୍ଧା ନିଖୋଜ ଅଛନ୍ତି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
