
ନୂଆଦିଲ୍ଲୀ, 10 ଫେବୃଆରୀ : ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ଆଜି ‘ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା’ ଆରମ୍ଭ ହେବ । ଚଳିତ ଥର ଏହାର ଥିମ୍ ରହିଛି ‘ବହୁଭାଷୀ ଭାର- ଏକ ଜୀବନ୍ତ ପରମ୍ପରା’ । ପ୍ରଗତି ମୈଦାନର ଭାରତ ମଣ୍ହପମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବେ । ପୁସ୍ତକର ଏହି ମହାକୁମ୍ଭ ଚଳିତ ଥର ବିଭିନ୍ନ ଦେଶଗୁଡିକ ବିଭିନ୍ନ ଭାଷାର ହଜାରରୁ ଅଧିକ ପ୍ରକାଶକଙ୍କ ଅଂଶୀଦାରର ସାକ୍ଷୀ ରହିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀର ଶୁଭାରମ୍ଭ କରିବେ ।
