
ନୂଆଦିଲ୍ଲୀ, 1 ନଭେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆଜି ପୂର୍ବାହ୍ନ 11ଟାରେ ମିଳିତ ଭାବେ ଭାରତ ସହାୟତାରେ ନିର୍ମାଣ ତିନୋଟି ବିକାଶ ମୂଳକ ପରିଯୋଜନାର ଭିସି ଜରିଆରେ ଉଦଘାଟନ କରିବେ । ଅଖୋରା-ଅଗରତଲା କ୍ରସ ବର୍ଡର ରେଳ ଯୋଗାଯୋଗ, ଖୁଲନା-ମୋଙ୍ଗଲା ବନ୍ଦର ରେଳ ଲାଇନ ଓ ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ଲାଣ୍ଟ-2ର ଉଦଘାଟନ ହେବ ।
ବାଂଲାଦେଶକୁ ଭାରତ ସରକାର ଦେଇଥିବା 392.52 କୋଟି ଟଙ୍କା ଅନୁଦାନରେ ରାଶିରେ ଅଖୋରା-ଅଗରତାଲା କ୍ରସ ବର୍ଡର ରେଳ ଯୋଗାଯୋଗ ଯୋଜନାର ପ୍ରସ୍ତୁତ ହୋଇଛି । ସେହିପରି ଭାରତ ସରକାରଙ୍କ ରିହାତି ଋଣ ସୁବିଧା ରେ ଖୁଲନା-ମୋଙ୍ଗଲା ବନ୍ଦର ରେଳ ଲାଇନ ପ୍ରକଳ୍ପ 388.92 ମିଲିୟନ ଆମେରିକୀୟ ଡଲାରରେ ନିର୍ମାଣ ହୋଇଛି । ଏହାସହିତ 1.6 ବିଲିୟନ ଡ଼ଲାରର ଭାରତୀୟ କନ୍ସେସନାଲ ଫାଇନାନ୍ସ ପ୍ଲାନ ଋଣରେ ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ ନିର୍ମାଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
