ନୂଆଦିଲ୍ଲୀ, 4 ଡିସେମ୍ବର (ହି.ସ.) ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ଡିସେମ୍ବର 22 ତାରିଖ ଯାଏ ଚାଲିବ । 19ଟି କାର୍ଯ୍ୟଦିବସରେ 15 ବୈଠକ ବସିବ ।ଏହି ଅଧିବେଶନରେ ପ୍ରାୟ 21ଟି ବିଲ୍ ଆଗତ ହେବାର କାର୍ଯ୍ୟକ୍ରମ ରହିଛି ।
ସଂସଦର କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ତୁଲାଇବା ନିମନ୍ତେ ସର୍ବଦଳୀୟ ବୈଠକରେ ସରକାର ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡିଛନ୍ତି । ଆଜି ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମିତ୍ର ଅର୍ଥ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଆଚାର କମିଟି ରିପୋର୍ଟ ଲୋକସଭାରେ ଦାଖଲ କରାଯିବ । ଏହା 17ତମ ଲୋକସଭାର ଅନ୍ତିମ ପୂର୍ଣ୍ଣକାଳୀନ ଅଧିବେଶନ ଅଟେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
