ନୂଆଦିଲ୍ଲୀ, 8 ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା 5ଟାରେ ଭାରତର ସୁପ୍ରିମ୍ କୋର୍ଟରେ “ଆଇନ ସହାୟତା ବିତରଣ
ତନ୍ତ୍ରକୁ ସଶକ୍ତ କରିବା” ବିଷୟରେ ଜାତୀୟ ସମ୍ମିଳନୀର ଉଦ୍ଘାଟନ କରିବେ। ଏହି ସମୟରେ ସେ ଜାତୀୟ
ବିଧି ସେବା ପ୍ରାଧିକରଣ (ନାଲସା)ର ସାମୁଦାୟିକ ମଧ୍ୟସ୍ଥତା ପ୍ରଶିକ୍ଷଣ ମଡ୍ୟୁଲର ଶୁଭାରମ୍ଭ
ମଧ୍ୟ କରିବେ। ଏହି ସୂଚନା ଏକ ଆଧିକାରିକ ବିଜ୍ଞପ୍ତି ମାଧ୍ୟମରେ ଦିଆଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ଏହା ପରେ
ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ ହେବ। ଜାତୀୟ ବିଧି ସେବା ପ୍ରାଧିକରଣର ତତ୍ତ୍ୱାବଧାନରେ ଆୟୋଜିତ
ଏହି ଦୁଇଦିନିଆ ସମ୍ମିଳନୀରେ ବିଧି ସେବା ଉପରେ ଆଲୋଚନା ହେବ — ଯଥା: ନିଶୁଳ୍କ
ବିଧି ସହାୟତା ଓ ପରାମର୍ଶ ପ୍ରଣାଳୀ, ପ୍ୟାନେଲ୍ ଆଇନଜୀବୀମାନେ, ଅର୍ଧ-ବିଧି
ସ୍ୱେଚ୍ଛାସେବକ, ସ୍ଥାୟୀ ଲୋକ ଅଦାଲତ
ଏବଂ ବିଧି ସେବା ସଂସ୍ଥାଗୁଡ଼ିକର ଆର୍ଥିକ ପରିଚାଳନା ଇତ୍ୟାଦି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
