ନୁଆଦିଲ୍ଲୀ 1 ଡିସେମ୍ବର
(ହି.ସ)- ବର୍ଷର ଶେଷ ମାସର ପ୍ରଥମ ଦିନ କିଛି ଭଲ ଖବର ଅଛି।ସାର୍ବଜନୀନ କ୍ଷେତ୍ରର ତୈଳ ଏବଂ
ଗ୍ୟାସ ମାର୍କେଟିଂ କମ୍ପାନୀ ଗୁଡିକ କମର୍ଶିଆଲ ଗ୍ୟାସ ସିଲିଣ୍ଡରର ମୁଲ୍ୟରେ 10 ଟଙ୍କା
ପର୍ଯ୍ୟନ୍ତ ହ୍ରାସ କରିଛନ୍ତି।ତଥାପି ଘରୋଇ ରନ୍ଧନ ଗ୍ୟାସର ମୁଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।କମର୍ଶିଆଲ
ଗ୍ୟାସର ନୁତନ ଦର ସୋମବାରଠାରୁ କାର୍ଯ୍ୟକାରୀ
ହୋଇଛି।ଇଣ୍ଡିଆନ ଅଏଲର ୱେବସାଇଟ ଅନୁଯାୟୀ କମର୍ଶିଆଲ ଗ୍ୟାସର ଦାମରେ ଏହି ହ୍ରାସ ସହିତ
ନୁଆଦିଲ୍ଲୀରେ ଏପର୍ଯ୍ୟନ୍ତ 19 କିଲୋଗ୍ରାମର ସିଲିଣ୍ଡର ମୁଲ୍ୟରେ ହ୍ରାସ ଘଟି 1580.50 ଟଙ୍କା
ହୋଇଛି,ଯାହା ପୁର୍ବରୁ 1590.50 ଟଙ୍କା ପ୍ରତି ସିଲିଣ୍ଡର ଥିଲା।କୋଲକାତାରେ ବର୍ତ୍ତମା
କମର୍ଶିଆଲ ଗ୍ୟାସ ସିଲିଣ୍ଡର 1694 ଟଙ୍କା ରୁ ହ୍ରାସ ପାଇ 1684 ଟଙ୍କାରେ
ମିଳିବ।ସେହିପରି ମୁମ୍ବାଇରେ ଏହାର ମୁଲ୍ୟ 1542 ଟଙ୍କାରୁ ହ୍ରାସ ଘଟି 1531.50 ଟଙ୍କାରେ
ପହଁଞ୍ଚିଥିବାବେଳେ ଚେନ୍ନାଇରେ କମର୍ଶିଆଲ ସିଲିଣ୍ଡରର ମୁଲ୍ୟ 1750 ଟଙ୍କାରୁ କମ ହୋଇ 1739 .50
ଟଙ୍କା ହୋଇଛି।ସୁଚନାଯୋଗ୍ୟ ଘରୋଇ ରୋଷେଇ ଗ୍ୟାସର ମୁଲ୍ୟରେ କୌଣସି ପରିବର୍ତ୍ତନ ତୈଳ ଏବଂ ଗ୍ୟାସ
କମ୍ପାନୀଗୁଡିକ କରାଯାଇନାହିଁ।ଦିଲ୍ଲୀରେ 14.2
କିଲୋଗ୍ରାମର ଏଲପିଜି ସିଲିଣ୍ଡରର ମୁଲ୍ୟ ମାତ୍ର 853 ।ମୁମ୍ବାଇରେ ଏହା 852.50 ଟଙ୍କା
,ଲକ୍ଷ୍ନୌରେ 890.50 ଟଙ୍କା ପ୍ରତି ସିଲିଣ୍ଡର ,କରଗିଲରେ 985.50 ଟଙ୍କା ,ପୁଲୱାମାରେ 969
ଟଙ୍କା ଏବଂ ବାଗେଶ୍ୱରରେ 890.50 ଟଙ୍କାରେ ଉପଲବ୍ଧ।
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
