ଭୁବନେଶ୍ୱର, 1 ଡିସେମ୍ବର (ହି.ସ.)- ବିଶ୍ୱ ଏଡ଼ସ୍
ଦିବସ ଅବସରରେ କ୍ୟାପିଟାଲ ହସ୍ପିଟାଲ ଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ସଚେତନତା
ରାଲିରେ ସାମିଲ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ।
ଏହି ଅବସରରେ ମନ୍ତ୍ରୀ
କହିଛନ୍ତି ଯେ, ଏହି ରୋଗର ନିୟନ୍ତ୍ରଣ ପାଇଁ ଅଧିକରୁ ଅଧିକ ଜନ ସଚେତନତା ସୃଷ୍ଟି କରିବା ସହ
ପୀଡ଼ିତ ରୋଗୀଙ୍କ ଆବଶ୍ୟକୀୟ ଚିକିତ୍ସା ସୁନିଶ୍ଚିତ କରିବା ନିମନ୍ତେ ସମସ୍ତଙ୍କୁ ଆହ୍ୱାନ
କରୁଛି। ଏହି ସଚେତନତା ରାଲିରେ କୋଟପାଡ଼ ବିଧାୟକ ଶ୍ରୀ ରୁପୁ ଭତ୍ରା, ମାଲକାନଗିରି ବିଧାୟକ ଶ୍ରୀ
ନରସିଂହ ମାଡ଼କାମୀ, ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, କଣ୍ଟାବାଞ୍ଜି
ବିଧାୟକ ଶ୍ରୀ ଲକ୍ଷଣ ବାଗ, ଯୁବବର୍ଗ, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
