ବୁସାନ, 30 ଅକ୍ଟୋବର (ହି.ସ.)- ଚୀନ୍ର ରାଷ୍ଟ୍ରପତି
ସି ଜିନପିଙ୍ଗ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଯାଉଥିବା
ଶିଖର ସମ୍ମିଳନୀ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଉଭୟ ନେତା ଦକ୍ଷିଣ କୋରିଆର ଦ୍ୱିତୀୟ
ସବୁଠାରୁ ବଡ଼ ସହର ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟାପାରିକ କେନ୍ଦ୍ର ବୁସାନରେ ପହଞ୍ଚିଛନ୍ତି। ଶିଖର
ସମ୍ମିଳନୀ ପ୍ରାୟ ପୁର୍ବାହ୍ନ 11ଟାରେ ଗିମହେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରାଙ୍ଗଣର
ନାରାୟମାରୁ ସ୍ୱାଗତ କକ୍ଷରେ ଆରମ୍ଭ ହେବ।
ଦ କୋରିଆ ହେରାଲ୍ଡ ପତ୍ରିକାର
ଖବର ଅନୁସାରେ, ସି ଜିନପିଙ୍ଗ ଗୁରୁବାର ସକାଳ 10:30 (ସ୍ଥାନୀୟ ସମୟ)ରେ ଚୀନ୍ର
ଜାତୀୟ ବିମାନ ସେବା ଏୟାର ଚାଇନାର ଉଡ଼ାଣ ଯାନରେ ବୁସାନର ଗିମହେ ଆନ୍ତର୍ଜାତୀୟ ବିମାନବନ୍ଦରରେ
ପହଞ୍ଚିଛନ୍ତି। ଏହା ସି ଜିନପିଙ୍ଗଙ୍କ 11 ବର୍ଷ ପରେ ପ୍ରଥମ ଦକ୍ଷିଣ କୋରିଆ ଯାତ୍ରା ଅଟେ।
ଟ୍ରମ୍ପ ସକାଳ ପ୍ରାୟ 10:20 ରେ ପହଞ୍ଚିଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
