ମସ୍କୋ, 25 ଏପ୍ରିଲ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବୁଧବାର ଋଷର ଜାତୀୟ ସୁରକ୍ଷା ପରାମର୍ଶଦାତା ନିକୋଲାଇ ପେତ୍ରୁଶେଭଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ଉପରେ ଜାରି ଅଗ୍ରଗତିର ସମୀକ୍ଷା କରିଛନ୍ତି । ଏହାସହିତ ପରସ୍ପରର ସ୍ୱାର୍ଥ ଦିଗରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାର-ବିମର୍ଷ କରିଛନ୍ତି । ଡୋଭାଲଙ୍କର ଏହା ଚଳିତ ମାସରେ ପେତ୍ରୁଶେଭଙ୍କ ସହିତ ଦ୍ୱିତୀୟ ଥର ସାକ୍ଷାତ ଅଟେ ।
