ଲକ୍ଷ୍ନୌ, – କୁଖ୍ୟାତ ମାଫିଆ ତଥା ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ମୁଖତାର ଅଂସାରୀକୁ ୪୦ ବର୍ଷ ପର୍ଯ୍ୟନ୍ତ କୌଣସି କୋର୍ଟ, କୌଣସି ଆଇନ ସଜା ଦେଇ ପାରିନଥିଲା । ତା’ ନାମରେ ମୋଟ୍ ୬୫ଟି ମାମଲା ରହିଥିଲା ।
ମାଫିଆ ଡନ୍ ମୁଖତାର ଅଂସାରୀ ଗତ ଚାରି ଦଶକ ଧରି ଅପରାଧ ଦୁନିଆର ସବୁଠୁ ବଡ ନାମ ରହିଥିଲା । କିନ୍ତୁ, ପ୍ରଥମ ଥର ପାଇଁ ତାକୁ ୨୦୨୨ ରେ ସଜା ହୋଇଥିଲା । ମୁଖତାର ନାମରେ ମୋଟ୍ ୬୫ଟି ମାମଲା ରହିଥିଲା । ସେହିପରି ତା’ର ପତ୍ନୀ ଅଫସା ଅଂସାରୀ ନାମରେ ୧୧ଟି ମାମଲା ରହିଛି । ମୁଖତାରର ବଡ ପୁଅ ଅବାସ ନାମରେ ୮ଟି ଏବଂ ଛୋଟ ପୁଅ ଉମର ଉପରେ ୬ଟି ମାମଲା ରହିଛି । ସେହିପରି ମୁଖତାରର ବୋହୂ ନିଖତ ନାମରେ ମଧ୍ୟ ଏକ ମୋକଦ୍ଦମା ରହିଛି । କେବଳ ସେତିକି ନୁହେଁ ମୁଖତାରର ଭାଇ ଅଫଜାଲ ଉପରେ ୭ଟି ମାମଲା ଏବଂ ସିଗବତୁଲ୍ଲାହ ଅଂସାରୀ ନାମରେ ତିନୋଟି ମାମଲା ଚାଲିଛି ।
