ମସୁରୀ/ରୁରକୀ, 4 ମଇ – ଉତ୍ତରାଖଣ୍ଡରେ ପାହାଡର ରାଣୀ ମସୁରୀରେ ଡେରାଡୁନ ରାସ୍ତା ଉପରେ ଚୁନାଖାଲ ନିକଟରେ ଆଜି ସକାଳ ପ୍ରାୟ 5ଟା ବେଳେ ଏକ ଗାଡି ଭାରସାମ୍ୟ ହରାଇ ଗଭୀର ଖାଇ ଭିତରକୁ ଖସିପଡିଛି । ଦୁର୍ଘଟଣାରେ 4ଜଣ ଯୁବକଙ୍କ ସମେତ 5ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ଗାଡିରେ 6ଜଣ ଲୋକେ ଥିଲେ । ଅନ୍ୟପଟେ ରୁରକୀରେ ଏକ ବସ ଚେକପୋଷ୍ଟକୁ ମାଡିଯାଇଛି । ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି ।
ମସୁରୀ ଦୁର୍ଘଟଣାରେ ଘଟଣାସ୍ଥଳରେ 3ଜଣଙ୍କ ମୃତ୍ୟୁ ହୋଇଥିଲା । ଆହତଙ୍କୁ ଖାଇରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏମାନଙ୍କ ମଧ୍ୟରୁ 2ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 4ଜଣ ଯୁବକ ଜଣେ ଯୁବତୀ ଅଛନ୍ତି
