ନୂଆଦିଲ୍ଲୀ, 24 ଅଗଷ୍ଟ (ହି.ସ.)-କେନ୍ଦ୍ର
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସହିତ
ଅନ୍ୟାନ୍ୟ ନେତା ରବିବାର ଦିନ ‘ଅରୁଣ ଜେଟଲୀ ପାର୍କ’ରେ ଭାରତୀୟ ଜନତା
ପାର୍ଟି (ଭାଜପା)ର ବରିଷ୍ଠ ନେତା ଓ ପୂର୍ବତନ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ
ପୁଣ୍ୟତିଥି ଅବସରରେ ତାଙ୍କର ମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି ।
ଏହି ଅବସରରେ ବିଜେପି ସାଂସଦ
ରାମବୀର ସିଂହ ବିଧୂଡ଼ୀ, ବାଂସୁରୀ ସ୍ୱରାଜ ଓ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ
(ଡିଡିସିଏ) ଅଧ୍ୟକ୍ଷ ରୋହନ ଜେଟଲୀ ସପରିବାର ଉପସ୍ଥିତ ଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
