ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ଫିଜିର ଗସ୍ତରେ ଅଛନ୍ତି। ସେ ସେଠାରେ ଏକ ଔପଚାରିକ କାର୍ଯ୍ୟକ୍ରମର ସଫଳ ସମାପନ ପରେ ନାଡିରେ ପହଂଚିଛନ୍ତି ଏବଂ ଶ୍ରୀ ଶିବ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏହାପୂର୍ବରୁ ସୁବାରେ ସହିଦ ସୈନିକଙ୍କ ସ୍ମୃତିରେ ସ୍ଥାପିତ ଜାତୀୟ ଯୁଦ୍ଧ ସ୍ମାରକ ଓ ମହାତ୍ମା ଗାନ୍ଧି ମେମୋରିଆଲ ହାଇସ୍କୁଲକୁ ଗସ୍ତ କରିଥିଲେ ଏବଂ ମହାତ୍ମା ଗାନ୍ଧିଙ୍କ ପ୍ରତିମାରେ ପୁଷ୍ପାଂଜଳି ଅର୍ପଣ କରିଥିଲେ। ଆଜି ରାଷ୍ଟ୍ରପତି ନାଡିରୁ ଅକଲ୍ୟାଣ୍ଡ-ନ୍ୟୁଜିଲାଣ୍ଡ ଗସ୍ତ କରିବେ।
BulletsIn
- ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫିଜିର ଗସ୍ତରେ ଅଛନ୍ତି।
- ସେ ଫିଜିର ନାଡିରେ ଶ୍ରୀ ଶିବ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।
- ରାଷ୍ଟ୍ରପତି ଫିଜିର ରାଜଧାନୀ ସୁବାରେ ଏକ ଔପଚାରିକ କାର୍ଯ୍ୟକ୍ରମର ସଫଳ ସମାପନ କରିଛନ୍ତି।
- ସୁବାରେ ସହିଦ ସୈନିକଙ୍କ ସ୍ମୃତିରେ ସ୍ଥାପିତ ଜାତୀୟ ଯୁଦ୍ଧ ସ୍ମାରକକୁ ଗସ୍ତ କରିଥିଲେ।
- ମହାତ୍ମା ଗାନ୍ଧି ମେମୋରିଆଲ ହାଇସ୍କୁଲକୁ ମଙ୍ଗଳବାର ଦିନ ଦେଖିଥିଲେ।
