ନୂଆଦିଲ୍ଲୀ, 11 ଡିସେମ୍ବର (ହି.ସ.)ସୋମବାର ଅନୁଚ୍ଛେଦ 370କୁ ହଟାଇଥିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବୈଧ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହା ସହିତ ସେପ୍ଟେମ୍ବର ଭିତରେ ଏଠାରେ ନିର୍ବାଚନ କରାଇବାକୁ ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସ୍ୱାଗତ କରିଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ନଡ୍ଡା କହିଛନ୍ତି ଯେ, ମାନନିୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଦିଆଯାଇଥିବା ନିଷ୍ପତ୍ତିକୁ ବିଜେପି ସ୍ୱାଗତ କରୁଛି । ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ଅନୁଚ୍ଛେଦ 370 ଓ 35ଏ ହଟାଇବା ପାଇଁ ନିଷ୍ପତ୍ତି, ପ୍ରକ୍ରିୟା ଓ ଉଦ୍ଦେଶ୍ୟକୁ ସଠିକ୍ ବୋଲି କହିଛନ୍ତି ।
କଂଗ୍ରେସ ନେତା ତଥା ମହାରାଜ ହରି ସିଂହଙ୍କ ପୁଅ କରଣ ସିଂହ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଏହାକୁ ସ୍ୱୀକାର କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
