• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଲକ୍ଷ୍ମୀ ବସ୍ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି
Regional

ଲକ୍ଷ୍ମୀ ବସ୍ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି

CliQ INDIA
Last updated: February 29, 2024 9:25 am
CliQ INDIA
Share
4 Min Read
SHARE

ବସ୍ର ମାଲିକ ବାହାର ରାଜ୍ୟର କମ୍ପାନୀ

ଭୁବନେଶ୍ୱର, ଫେବୃଆରୀ  :– ଓଡିଶାରେ ଦୁର୍ନୀତି କିଭଳି ଖୁଲମଖୋଲା ଚାଲିଛି ଏବଂ ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ଅଯାଚିତ ଅନୁଗ୍ରହ ଦେଖାଇ ସରକାରୀ ଅର୍ଥକୁ ସେମାନଙ୍କ ହାତରେ ଟେକି ଦିଆଯାଉଛି, ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଓଡ଼ିଶାରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ଯୋଜନା । ଲକ୍ଷ୍ମୀ ବସ ଯୋଜନାରେ ସରକାର ଏବେ ସୁଦ୍ଧା ୧୭୪୫ଟି ବସ୍ କିଣିଛନ୍ତି କିନ୍ତୁ ବଡ ଆଶ୍ଚର୍ଯ୍ୟଭାବରେ ସେହି ବସ୍ର ମାଲିକାନା ସରକାରଙ୍କ ନାଁରେ ନରହି ରହିଛି ଘରୋଇ କମ୍ପାନୀମାନଙ୍କ ନାଁରେ, ଯାହା ଏକ ବେଆଇନ କାର୍ଯ୍ୟ । ନିୟମ ଅନୁସାରେ ଯେତେବେଳେ ସରକାର କୌଣସି ସମ୍ପତି କିଣନ୍ତି ଏହାର ମାଲିକାନା ସରକାରଙ୍କ ପାଖରେ ରହିବା ଅନିର୍ବାଯ୍ୟ । କିନ୍ତୁ କେଉଁ ପରିସ୍ଥିତିରେ ସରକାରୀ ଅର୍ଥରେ କିଣାଯାଇଥିବା ବସ୍ର ମାଲିକାନା ଅଣଓଡ଼ିଆ ଘରୋଇ କମ୍ପାନୀମାନଙ୍କ ହାତକୁ ଗଲା ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ଦିଲ୍ଲୀ ହେଉକି ପଶ୍ଚିମବଙ୍ଗ ହେଉ ସବୁ ରାଜ୍ୟରେ ସରକାର କିଣୁଥିବା ବସ୍ର ମାଲିକ ନିଜେ ସରକାର ହୁଅନ୍ତି । ସେହି ବାହାର ରାଜ୍ୟର ଘରୋଇ କମ୍ପାନୀମାନେ କିଛି ଅର୍ଥ ଖର୍ଚ୍ଚ ନକରି ୧୭୪୫ଟି ସରକାରୀ ବସ୍ର ମାଲିକ ହେଲେ ଯାହାର ମାଲିକ ସରକାର ହେବା କଥା । ବସ୍ ଚଳାଚଳ ପାଇଁ ମଧ୍ୟ ସେମାନେ କିଲୋମିଟର ପିଛା ସେତିକି ଟଙ୍କା ସରକାରଙ୍କଠାରୁ ନେଉଛନ୍ତି ଯାହା ବଜାର ଦର୍ଠାରୁ ଅଧିକ । ଏଠାରେ ପ୍ରଶ୍ନ ଉଠୁଛି ଯଦି ସରକାର ସେହି ବାହାର ରାଜ୍ୟର କମ୍ପାନୀମାନଙ୍କୁ ବସ୍ର ମାଲିକାନା ଦେଲେ, ବସ୍ର ସମ୍ପୂର୍ଣ୍ଣ ଭଡା ବି ଦେଲେ ତାହାଲେ ଲୋକଙ୍କଠାରୁ ଆଉ କାହିଁକି ଭଡା ଆଦାୟ କରାଯାଉଛି । ଲକ୍ଷ୍ମୀ ଯୋଜନା ଆରମ୍ଭ ହେବା ପୂର୍ବରୁ ଓଏସ୍ଆରଟିସି ଯେଉଁ ୩୮୧ରୁ ଉର୍ଦ୍ଧ୍ୱ ବସ୍ ଚଳାଉଥିଲା ସେ ସବୁ ବସ୍ର ମାଲିକାନା ଆଜିବି ଓଏସ୍ଆରଟିସି ପାଖରେ ଅଛି । କିନ୍ତୁ ଏବେ ଲକ୍ଷ୍ମୀ ବସ୍ ଯୋଜନାରେ କିଣାଯାଇଥିବା ୧୭୪୫ଟି ବସ୍ର ମାଲିକାନା କାହିଁକି ଘରୋଇ କମ୍ପାନୀମାନଙ୍କ ପାଖରେ ରହିଲା ଏହା ଉପରେ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଯଦି ସରକାରଙ୍କର ନିଜ ନାଁରେ ବସ୍ କିଣିବାର ନଥିଲା ତାହାଲେ ସରକାର ଲକ୍ଷ୍ମୀବସ୍କୁ ପରିଚାଳନା କରୁଥିବା ମିଶନଶକ୍ତି ନାଁରେ କିଣିପାରିଥାନ୍ତେ । ଏଭଳି କି ଓଡ଼ିଶାର ଶହ ଶହ ଘରୋଇ ବସ୍ ଚଳାଚଳ କରୁଥିବା ସଂସ୍ଥାମାନଙ୍କୁ କାହିଁକି ଲକ୍ଷ୍ମୀବସ୍ ଯୋଜନାର ପରିଚାଳନା ଦାୟିତ୍ୱ ନଦିଆଯାଇ ବାହାର ରାଜ୍ୟର ଟ୍ରାଭେଲ୍ସ ଏଜେନ୍ସୀମାନଙ୍କୁ ଦିଆଗଲା ଯାହା ପ୍ରମାଣିତ କରୁଛି ଯେ, ଓଡ଼ିଶା ସରକାର ଅଣଓଡିଆ ବ୍ୟବସାୟୀମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି । ଲକ୍ଷ୍ମୀ ବସ୍ ଯୋଜନାରେ ୫ଟି କ୍ଲଷ୍ଟରରେ ଯେଉଁ ୩ଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ସେମାନେ ମଧ୍ୟ ଓଡ଼ିଶାରେ ଅନ୍ୟ ବ୍ୟବସାୟୀ ଠିକା ପାଇଛନ୍ତି । ଅର୍ଥାତ୍ ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ସ୍ୱଚ୍ଛତା ନଥିଲା । ସହରାଂଚଳରେ ଚାଲୁଥିବା ମୋ ବସ୍କୁ ପରିଚାଳନା କରୁଥିବା “କ୍ରୁଟ୍ର” ଜଣେ ନିର୍ଦ୍ଦେଶକ ହେଉଛନ୍ତି ଚାଟାର୍ଡ ସ୍ପିଡ୍ ଲିମିଟେଡର ମାଲିକ ଯେଉଁ ଚାଟାର୍ଡ ସ୍ପିଡ୍ ଲକ୍ଷ୍ମୀବସ୍ର ୩ଟି କ୍ଲଷ୍ଟରର ଠିକା ପାଇଛି । ସେହିଭଳି ଲକ୍ଷ୍ମୀ ବସ୍ର ଠିକା ପାଇଥିବା ନର୍ବଦା ଟ୍ରାଭେଲ୍ସର ମାଲିକମାନେ ହେଉଛନ୍ତି ଜଗନ୍ନାଥଜୀ ସିଟି ବସ୍ ସର୍ଭିସେସ୍ ଲିମିଟେଡ୍ର ମାଲିକ । ଏଥିରୁ ହିଁ ସ୍ପଷ୍ଟ ହେଉଛି ଯେ, କିଭଳି ଭାବେ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା କରାଯାଇ କିିଛି ନିର୍ଦ୍ଦିଷ୍ଟ ବାହାର ରାଜ୍ୟର ଘରୋଇ କମ୍ପାନୀମାନଙ୍କୁ ଲାଭାନ୍ୱିତ କରାଯାଇଛି ।

୨୦୨୩ ବଜେଟ୍ରେ ଲକ୍ଷ୍ମୀ ବସ୍ ଯୋଜନାରେ ସରକାର ୧୦୦କୋଟି ଟଙ୍କା ବଜେଟ୍ ପ୍ରାବଧାନ କରିଥିଲେ । କିନ୍ତୁ ହଠାତ୍ କାହିଁକି ଏହାର ବଜେଟ୍ ରାଶିକୁ ବହୁଗୁଣା ବଢ଼ାଯାଇ ୩ହଜାର କୋଟି ଟଙ୍କା କରାଗଲା ଏହା ପଛରେ କେବଳ ବାହାର ରାଜ୍ୟର ବ୍ୟବସାୟୀମାନଙ୍କୁ ଖୁସି କରିବାର ଏକମାତ୍ର ଲକ୍ଷ୍ୟ କି? ଲକ୍ଷ୍ମୀ ବସ୍ ଯୋଜନାରେ ହୋଇଥିବା ଘୋଟାଲା ଦିଲ୍ଳୀର ଅବକାରୀ ଦୁର୍ନୀତି, ଲାଲୁ ଯାଦବଙ୍କ ଚାରା ଘୋଟାଲାଠାରୁ ବଡ ଦୁର୍ନୀତି ଓ ସରକାରୀ ନିୟମର ଉଲଘଂନ କରି କିଭଳି ସରକାରୀ ଅର୍ଥକୁ ହରିଲୁଟ୍ କରାଯାଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ । ଏ ପୂରା ଦୁର୍ନୀତିରେ ଲୋକାୟୁକ୍ତ ଏବଂ ଇଡି ନିଜ ଆଡୁ ହସ୍ତକ୍ଷେପ କରି ଘଟଣାର ତଦନ୍ତ କରି ପୂରା ଦୁର୍ନୀତି ଉପରୁ ପରଦା ହଟାଇବା ଦରକାର ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ ।

 

You Might Also Like

ଆଜି ଅନୁଷ୍ଠିତ ହେବମୁଖ୍ୟମନ୍ତ୍ରୀଙ୍କଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ ଆଜି
ଭଦ୍ରକ ଟାଉନ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ପୂର୍ବ ସରକାର କଟେଜ କେଳେଙ୍କାରି ଗୁମର ଖୋଲିଲେ ମନ୍ତ୍ରୀ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା, ୧୪ ସ୍ଥାନରେ ଭୀଷଣ ବର୍ଷା : ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ସର୍ବାଧିକ ୧୩୧.୪ ମି.ମି. ବର୍ଷା ରେକର୍ଡ଼

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ବେଆଇନ ଖଣି ମାମଲାରେ ଅଖିଳେଶ ଯାଦବଙ୍କୁ ସମନ ପଠାଇଲା ସିବିଆଇ
Next Article ହିମାଚଳ ପ୍ରଦେଶ ସଙ୍କଟ ଉପରେ ଜୟରାମ ରମେଶଙ୍କ ନିଶାନା, କହିଲେ-ମୋଦିଙ୍କ ଗ୍ୟାରେଣ୍ଟି କଂଗ୍ରେସର ସରକାର ଭାଙ୍ଗ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?