ଭୁବନେଶ୍ୱର, 2 ଡିସେମ୍ବର (ହି.ସ.) – ଆଜି ପ୍ରଶ୍ନ କାଳରେ ସଦସ୍ୟ ମାନେ ନୂଆ ଇକୋ ଟୁରିଜିମ୍ ଓ
କଟେଜ କରିବା ପାଇଁ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ଦାବି କରିଥିବା ବେଳେ ଜଙ୍ଗଲ ପରିବେଶ ମନ୍ତ୍ରୀ
ଗଣେଶ ରାମ ସିଂ ଖୁଣ୍ଟିଆ ପୂର୍ବ ସରକାରର ଗୁମର ଖୋଲିଛନ୍ତି । ପୂର୍ବ ସରକାରରେ ଅନେକ କଟେଜ
ବିଭିନ୍ନ ସ୍ଥାନରେ କରିଥିଲେ । କିନ୍ତୁ ସେସବୁ କ୍ଷତିରେ ଚାଲୁଥିଲା । ଆମର ୫୧ଟି ବନଖଣ୍ଡରେ ଇକୋ
ଟୁରିଜିମ୍ ରହିଛି ହେଲେ ତନ୍ମଧ୍ୟାରୁ ୧୦ଟି ଲାଭରେ ଚାଲୁଛି। ଆଉ ସମସ୍ତ କ୍ଷତିରେ ଚାଲୁ ଅଛି ।
ଆପଣ ମାନେ ଯେଉଁ ଦାବି ଉଠାଉଛନ୍ତି ଯଦି ସେହି ସ୍ଥାନ ଗୁଡିକ ଫିଜିଭିଲିଟ ହେବ ତାହାଲେ ବିଭାଗ
ବିଚାର କରିବ । ଗତବର୍ଷ ଏଥି ନିମନ୍ତେ ୮୦କୋଟି ଖର୍ଚ୍ଚ ହୋଇଥିବା ବେଳେ ଚଳିତ ଅତିରିକ୍ତ ବଜେଟରେ
ମଧ୍ୟ ୮୦କୋଟି ରଖାଯାଇଛି କଟେଜ ଓ ଇକୋ ଟୁରିଜିମ କରିବା ନିମନ୍ତେ ବୋଲି ମନ୍ତ୍ରୀ କହିଛନ୍ତି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
