ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା
ଭୁବନେଶ୍ୱର, 07 ଜୁଲାଇ (ହି.ସ.) ଆଜି ସୋମବାରଦିନ ମୁଖ୍ୟମନ୍ତ୍ରୀଙ୍କଜନଅଭିଯୋଗଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗତ୩୦.୦୬.୨୦୨୫ରେମୁଖ୍ୟମନ୍ତ୍ରୀଙ୍କୁସାକ୍ଷାତକରିଅଭିଯୋଗଦାଖଲ ପାଇଁଯେଉଁମାନେପୂର୍ବରୁପଞ୍ଜୀକରଣକରିଥିଲେ, ଏହି ଶୁଣାଣି କେବଳସେମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ସେମାନେ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ । ଜୁନ୍ ୩୦ ତାରିଖ ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀ ସେମାନଙ୍କ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ଆବେଦନ ପତ୍ର ସହ ନିର୍ଦ୍ଧାରିତୟୁନିଟ୍-୨, ଅଶୋକନଗର, ଭୁବନେଶ୍ୱରସ୍ଥିତ ପୂର୍ବତନ ସରକାରୀପ୍ରାଥମିକବିଦ୍ୟାଳୟ(କ୍ୟାପିଟାଲ ନର୍ସରୀ) ଠାରେ ଜନ ଶୁଣାଣି ପାଇଁ ଉପସ୍ଥିତ ରହିବେ । ଏ ସଂପର୍କରେ ସାଧାରଣପ୍ରଶାସନଓସାଧାରଣଅଭିଯୋଗବିଭାଗପକ୍ଷରୁସୂଚନାଦିଆଯାଇଛି ।
—————
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
