
ଜୟପୁର, 12 ଡିସେମ୍ବର (ହି.ସ.)ଆଜି ଜୟପୁରରେ ବିଜେପି ବିଧାୟକ ଦଳ ବୈଠକ ବସିବ । ଅପରାହ୍ନ 4ଟାରେ ଏହି ବୈଠକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ । ଅପରାହ୍ନ 1.30ରୁ ବିଜେପିର ସମସ୍ତ ନବନିର୍ବାଚିତ ବିଧାୟକଙ୍କ ପଞ୍ଜିକରଣ ଆରମ୍ଭ ହେବ ।
ବିଜେପିର ପ୍ରଦେଶ ମହାମନ୍ତ୍ରୀ ଏବଂ ବିଧାୟକ ଭଜନଲାଲ ଶର୍ମା କହିଛନ୍ତି ଯେ, ସମସ୍ତ ନବନିର୍ବାଚିତ ବିଧାୟକଙ୍କୁ ବିଧାୟକ ଦଳ ବୈଠକରେ ନିଶ୍ଚିତ ଭାବେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପର୍ଯ୍ୟବେକ୍ଷକ ରାଜନାଥ ସିଂହ, ସହ ପର୍ଯ୍ୟବେକ୍ଷକ ସରୋଜ ପାଣ୍ଡେ ଓ ବିନୋଦ ତାୱଡେ ପ୍ରମୁଖ ଉପସ୍ଥିତ ରହିବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
