ବଲାଙ୍ଗିର 11 ଡିସେମ୍ବର( ହି ସ),: ଖ୍ରୀଷ୍ଟଧର୍ମାବଲମ୍ବୀ ଙ୍କ ପବିତ୍ର ପର୍ବ ବଡ ଦିନ ଅର୍ଥ।।ତ ଖ୍ରୀଷ୍ଟମାସ ର ଆଗମାନ ପୁର୍ବରୁ ଏହାକୁ ଜାକ୍ଜମକ ଓ ଧାର୍ମୀୟ ପରମ୍ପରା ସହ ପାଳନ କରାଯାଇଥିଲା । ଆଜି ଡୁଙ୍ଗୁରିପଡା ଚର୍ଚ୍ଚ ଠାରେ ଖ୍ରୀଷ୍ଟିମାସ ପର୍ବକୁ ସ୍ୱାଗତ ଖ୍ରୀଷ୍ଟିୟ ଭାଇ ଭାଉଣୀ ମାନେ ଏକତ୍ରିତ ହୋଇ ମହାପ୍ରଭୁ ଜୀଶୁୂଙ୍କୁ ଉପାଶନା କରିବା ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାଷ୍ଟର ଆହାସ ନାଗଙ୍କ ପରିଚାଳନାରେ ଆୟୋଜିତ ଏହି ଉତ୍ସବରେ ବରେଣ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ ଯୋଗ ଦେଇ ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ ଓ ଭାଇଚାରା ଓ ଏକତା ଓ ସମନ୍ୱୟ ରକ୍ଷା କରି ସମାଜରେ ଧର୍ମର ସ୍ଥାପନ କରିବାକୁ ହେବ ବୋଲି ଉପଦେଶ ଦେଇଥିଲେ । ଏହି ଅବସରରେ ଖ୍ରୀଷ୍ଟିୟ ସମାଜ ତରଫରୁ ଶ୍ରୀ ତ୍ରିପାଠୀଙ୍କୁ ଫୁଲତୋଡା ଉପାୟନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟତମ ଅତିଥି ଭାବରେ ଏଡ୍ଭୋକେଟ ରାଜେଶ୍ୱର ଦାଶ, ପ୍ରବୀର ନାୟକ ସୌମ୍ୟରଂଜନ ପଣ୍ଡା, ଡୋଳାମଣି ପ୍ରଧାନ,ରାମାନନ୍ଦ ଥନାପତି, ସୁଶାନ୍ତ ବାଗ, ସନ୍ଦୀପ ବାରିକ, ସୁଧାଂଶୁ ବଗର୍ତ୍ତି, ବଙ୍କିମ ନନ୍ଦ, ଗଙ୍ଗାଧର ନନ୍ଦ, ପ୍ରବୀଣ ନାଗ ପ୍ରମୁଖ ଯୋଗ ଦେଇ ଯୀଶୁଙ୍କ ମାନବୀୟ ଚେତନା ଓ ଆଦର୍ଶ ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି କହିଥିଲେ । ଏହି ଅବସରରେ ଖ୍ରୀଷ୍ଟିଆନ ସଂପ୍ରଦାୟର ଭାଇଭଉଣୀ ମାନଙ୍କ ଦ୍ୱାର ନାଚଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର/ ଗୋପବନ୍ଧୁ
