ଜମ୍ମୁ, 15 ନଭେମ୍ବର : ଜମ୍ମୁର ଡୋଡା ଜିଲ୍ଲାର ଅସ୍ସରରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ 3ଶହ ଫୁଟ ଗଭୀର ଗାଇ ଭିତରକୁ ଖସିପଡିଛି । ଫଳରେ 33ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ 26ଜଣ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲ ନିଆଯାଇଛି ।
ସୂଚନା ମୁତାବକ, ଡୋଡାରୁ ଜମ୍ମୁ ଅଭିମୁଖେ ଯାଉଥିବା ବସଟି ଅସ୍ସର ନିକଟରେ ଓଭରଟେକ କରିବାକୁ ଯାଇ ଭାରସାମ୍ୟ ହରାଇ ଗଭୀର ଖାଇ ଭିତରକୁ ଖସିପଡିଥିଲା । ଦୁର୍ଘଟଣାରେ 33ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 26ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ତିନୋଟି ବସ୍ ଏକ ସଙ୍ଗରେ ଚାଲୁଥିଲା, ଏବଂ ପରସ୍ପରକୁ ଓଭରଟେକ କରିବାକୁ ଯାଇ ଏହି ଦୁର୍ଘଟଣା ଘଟିଛି ।ପୋଲିସ ଘଟଣାର ତଦନ୍ତ କରୁଛି ।
