ନୂଆଦିଲ୍ଲୀ, 8 ଜାନୁଆରୀ (ହି.ସ.)ଆଜି ହେଉଛି ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନିକ୍ ଶାହାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି । ତ୍ରିପୁରାର ବିକାଶ ପାଇଁ ତାଙ୍କ ପ୍ରୟାସ ପ୍ରଶଂସନୀୟ । ବିକାଶର ଫଳ ଗରିବ ଏବଂ ବହୁ ବର୍ଗର ଲୋକଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସେବାରେ ତାଙ୍କର ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରୁଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
