ଗାନ୍ଧୀନଗର, ୧୦ ଅକ୍ଟୋବର (ହି.ସ.) – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ବାର ଜ୍ୟେତିର୍ଲିଙ୍ଗ ମଧ୍ୟରୁ ପ୍ରଥମେ ସୋମନାଥ ମହାଦେବଙ୍କୁ ଦର୍ଶନ ଏବଂ ପୂଜା କରିଥିଲେ ଏବଂ ମହାଦେବଙ୍କ ପାଦ ତଳେ ମୁଣ୍ଡ ନୁଆଁଇଥିଲେ । ରାଷ୍ଟ୍ରପତି ଦେଶର ନାଗରିକଙ୍କ କଲ୍ୟାଣ, ସୁଖ ଏବଂ ସମୃଦ୍ଧି ପାଇଁ ପ୍ରଭୁ ସୋମନାଥ ଦାଦାଙ୍କ ନିକଟରେ ହୃଦୟର ସହିତ ପ୍ରାର୍ଥନା କରିଥିଲେ । ସେ ଭକ୍ତି,ମହିମା ଏବଂ ଦିବ୍ୟତାର ପ୍ରତୀକ ପ୍ରଥମ ଜ୍ୟୋତିର୍ଲିଙ୍ଗ ସମ୍ମୁଖରେ ଗଙ୍ଗା ଜଳ ଅର୍ପଣ କରିଥିଲେ ଏବଂ ମନ୍ତ୍ର ଜପ ମଧ୍ୟରେ ସୋମେଶ୍ୱର ମହାପୂଜା କରି ଧନ୍ୟ ଅନୁଭବ କରିଥିଲେ ।
ପୂର୍ବରୁ ସୋମନାଥ ମନ୍ଦିର ପରିସରରେ ପହଂଚିବା ପରେ ରାଷ୍ଟ୍ରପତିଙ୍କୁ ପର୍ଯଟନ ମନ୍ତ୍ରୀ ମୁଲୁଭାଇ ବେରା, ସୋମନାଥ ଟ୍ରଷ୍ଟର ଟ୍ରଷ୍ଟି ଏବଂ ରାଜ୍ୟ ପୂର୍ବତନ ମୁଖ୍ୟ ସଚିବ ପି. କେ. ଲାହେରୀ, ଟ୍ରଷ୍ଟି ଜେ. ଡ଼ି ପରମାର ଏବଂ ଟ୍ରଷ୍ଟ ସଚିବ ଯୋଗେନ୍ଦର ଦେଶାଇ ସ୍ୱାଗତ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତିଙ୍କ ସହିତ ତାଙ୍କ ଝିଅ ଇତିଶ୍ରୀ ମୁର୍ମୁ ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ
