
ନୂଆଦିଲ୍ଲୀ, 10 ନଭେମ୍ବର (ହି.ସ.) ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି । ଦିଲ୍ଲୀ-ଏନସିଆରରେ ଗତକାଲି ରାତିରେ ବର୍ଷା ଯୋଗୁ ଆଜି ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ କିଛି ସ୍ଥାନରେ ଏବେ ବି ସ୍ଥିତି ଖରାପ ରହିଛି ।
ଅନ୍ୟପଟେ ଏହି ପ୍ରଦୂଷଣଜନିତ ସଙ୍କଟର ମୁକାବିଲା ପାଇଁ ସରକାର ଓ କୋର୍ଟ ନିୟମିତ ଭାବେ ପ୍ରୟାସ କରୁଛନ୍ତି । ତେବେ ଆକାଶରେ ବାଦଲକୁ ଦେଖି ପ୍ରକୃତି ମୋର୍ଚ୍ଚା ସମ୍ଭାଳିଥିବା ଚର୍ଚ୍ଚା ହେଉଛି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ, ଦିଲ୍ଲୀ- ଏନସିଆରରେ ଆଜି ସକାଳେ ବାୟୁ ଗୁଣବତ୍ତା ସୂଚକାଙ୍କ ସ୍ତର 4ଶହ ଛୁଇଁଛି । ଗୁରୁବାର ଏହା 5ଶହ ଟପିଥିଲା । ଆଜି ସକାଳେ ଆନନ୍ଦ ବିହାରରେ ଏକ୍ୟୁଆଇ 462, ଆରକେ ପୁରମ 461, ପଞ୍ଜାବୀବାଗରେ 460 ଓ ଆଇଟିଜିରେ 464ରେ ପହଞ୍ଚିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
