
ଭୁବନେଶ୍ୱର, , 10 ନଭେମ୍ବର (ହି.ସ.) ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ସିଧା ସଳଖ ଭାବରେ ସମ୍ପୃକ୍ତ ଥିବା ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କୁ ଗିରଫ ଦାବିରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଓଡ଼ିଶା ତରଫରୁ ଆଜି ଭୁବନେଶ୍ଵର ଡିସିପି ଙ୍କୁ ଲିଖିତ ଅଭିଯୋଗ ଦିଆଯିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଉପସ୍ଥିତ ରହିବେ। ବିଜେପି ଯୁବ ମୋର୍ଚା ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
