ଦୋସା, 6 ନଭେମ୍ବର (ହି.ସ.) କଲେକ୍ଟ୍ରେଟ ନିକଟରେ ଓଭରବ୍ରିଜ ଦେଇ ଯାଉଥିବା ବେଳେ ରେଲୱେ ଟ୍ରାକୁ ଖସିଲା ସ୍ଲିପର ବସ୍ । ଗତକାଲି ରାତିରେ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 29ଜଣ ଆହତ ହୋଇଛନ୍ତ । ସେହିପରି 7ଜଣ ଗୁରୁତରଙ୍କୁ ଜୟପୁରର ସଭାଇ ମାନସିଂହ ହସ୍ପିଟାଲ ରେଫର କରାଯାଇଛି । ଦୁର୍ଘଟଣା ପରେ ଦିଲ୍ଲୀ-ଜୟପୁର ଟ୍ରେନ ଲାଇନରେ ଟ୍ରେନ ଚଳାଚଳ ପ୍ରାୟ ଅଢେଇ ଘଣ୍ଟା ଧରି ବନ୍ଦ ରହିଥିଲା ।
ସୂଚନା ମୁତାବକଏକ ଘରୋଇ ବସ୍ ହରିଦ୍ୱାରୁ ଉଦୟପୁର ଆସୁଥିଲା । ରାତି ପ୍ରାୟ 2ଟା ବେଳେ ଓଭରବ୍ରିଜରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସ୍ ଓଭରବ୍ରିଜର ରେଲିଂ ଦେଇ 30ଫୁଟ ତଳକୁ ଖସିପଡିଥିଲା । ଦୁର୍ଘଟଣା ପରେ ଲୋକଙ୍କ ମଧ୍ୟରେ ହଇଚଇ ଖେଳିଯାଇଥିଲା । ଜିଲ୍ଲାପାଳ ଓ ଏଏସପି ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ରେଲୱେ ଅଧିକାରୀଙ୍କ ସହ ଆଲୋଚନା କରି ଦିଲ୍ଲୀ-ଜୟପୁର ରାସ୍ତାରେ ରେଳ ଚଳାଚଳ ବନ୍ଦ କରାଯାଇଥିଲା । ଆହତଙ୍କୁ ଦୋସା ହସ୍ପିଟାଲ ପଠାଯାଇଥିଊର । ବସରେ 35ଜଣ ଯାତ୍ରୀ ଥିଲେ । ହରିଦ୍ୱାରରେ ଅସ୍ଥି ବିସର୍ଜନ କରି ଏମାନେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
