ଭୁବନେଶ୍ୱର, 6 ନଭେମ୍ବର (ହି.ସ.) 37ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶାର ମହିଳା ଫୁଟବଲ ଟିମ ଚାମ୍ପିୟାନ ହେବା ପରେ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ଫୁଟବଲ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୋଆରେ ଅନୁଷ୍ଠିତ ହୋଇଥିବା 37ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶାର ମହିଳା ଫୁଟବଲ ଟିମ୍ ମଣିପୁରକୁ ହରାଇ ଚାମ୍ପିୟାନ ହୋଇଥିବାରୁ ଓଡିଶା ଟିମକୁ ଶୁଭେଚ୍ଛା ଜଣାଉଛି । ଟିମ୍ ଆଗକୁ ଏଭଳି ମ୍ୟାଚରେ ବିଜୟ ଅଭିଯାନ ଜାରି ରଖିଥାଉ ଏବଂ ଆମକୁ ଗର୍ବିତ କରୁ । ଭବିଷ୍ୟତ କ୍ରୀଡା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
