କୋଲକାତା, କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ବିଚାରପତି ଗଙ୍ଗୋପାଧ୍ୟାୟ ନିଜର ଇସ୍ତଫାପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଛନ୍ତି । ଏବଂ ଏହାର ନକଲ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୁଡ଼ ଏବଂ କୋଲକାତା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଟି.ଏସ. ଶିବଗଣନମଙ୍କ ନିକଟକୁ ପଠାଇଛନ୍ତି ।
