ନୂଆଦିଲ୍ଲୀ, 22 ଅକ୍ଟୋବର : ଦେଶବାସୀଙ୍କୁ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ଦୁର୍ଗାପୂଜାର ଶୁଭ ଅବସରରେ ମୋର ହାର୍ଦ୍ଦିନ ଶୁଭକାମନା ଜଣାଉଛି । ଦୁର୍ଗା ପୂଜାର ପର୍ବ ଅସତ୍ୟ ଉପରେ ସତ୍ୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ ପ୍ରତୀକ ଅଟେ । ଏହି ପର୍ବ ଆମକୁ ମହିଳା ଶକ୍ତିର ସମ୍ମାନକୁ ବଢାଇବା ଦିଗରେ ପ୍ରେରିତ କରିଥାଏ । ମାଆ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦିଅନ୍ତୁ ଏହାହିଁ ପ୍ରାର୍ଥନା କରୁଛି ।
