ଭୁବନେଶ୍ୱର , 22 ଅକ୍ଟୋବର : ଆଜି ମହାମାୟାଙ୍କ ମହାଷ୍ଟମୀ । ବିଭିନ୍ନ ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା । ବେଦପାଠ, ଚଣ୍ଡିପାଠ, ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । ଘଣ୍ଟ ଘଣ୍ଟାରେ ଆଧାତ୍ମମୟ ହୋଇପଡିଛି ପୂରା ମଣ୍ଡପ । ଧରାବତଣ ପରେ ଜୋରସୋରରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ମହିଷାସୁର ମର୍ଦ୍ଦିନଙ୍କ ଆରାଧନା ସକାଳୁ ସକାଳୁ ମହିଳା ମାନେ ମଣ୍ଡପରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ।
ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ପୁରଠୁ ପଲ୍ଲୀ । କଟକ ଭୁବନେଶ୍ୱରରେ ଜମିଛି ପୂଜା । ସିଲଭର ସିଟିରେ ବି ସୁନାରୂପା ମେଢରେ ଝଟକୁଛନ୍ତି ଜଗଦଜନନୀ ମାଆ ଦୁର୍ଗା । ଭଳିକି ଭଳି ତୋରଣ ସହ ସୁନା ଓ ଚାନ୍ଦି ମେଢ ଲୋକଙ୍କୁ ଆକୃଷ୍ଟ କରିଛି । ସେହିପରି ଭୁବନେଶ୍ୱରରେ ମଧ୍ୟ ଆକର୍ଷଣୀୟ ତୋରଣ ସାଙ୍ଗକୁ ସାଜସଜା ମନମୋହିଛି ।
ଅନ୍ୟପଟେ ଆଜି ପୀଠଗୁଡିକରେ ମହାନବମୀ ପୂଜା କରାଯାଇଛି ।
