ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.)- ଅରୁଣ ଜେଟଲୀଙ୍କ
ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଶ୍ରଦ୍ଧେୟ ଅରୁଣ ଜେଟଲୀ କେବଳ ଜଣେ
କୁଶଳ ଆଇନଜୀବୀ ଓ ପ୍ରଖର ବକ୍ତା ନୁହଁନ୍ତି, ସେ ଜଣେ ମିଳନସାର ବ୍ୟକ୍ତିତ୍ୱ ଓ ରାଜନୀତିର ବାସ୍ତବ ଅଜାତଶତ୍ରୁ ଥିଲେ। ସେ ମିତ୍ରଙ୍କ ପାଇଁ ମିତ୍ର ତ ଥିଲେ ହିଁ,
ଶତ୍ରୁମାନଙ୍କ ପାଇଁ ମଧ୍ୟ ନିଜ ଲୋକ ଥିଲେ। ସେ ଜଣେ
ଏମିତି ବ୍ୟକ୍ତି ଥିଲେ ଯିଏ ଅନ୍ୟମାନେ ଆବଶ୍ୟକତାରେ ଥିବାବେଳେ କାନ୍ଧରେ କାନ୍ଧ ମିଳାଇ ଦୃଢ଼ ଭାବେ
ଠିଆ ହେଉଥିବା ବ୍ୟକ୍ତି ଥିଲେ।
ସାର୍ବଜନୀନ ଜୀବନରେ,
ଆର୍ଥିକ ସଂସ୍କାର ମାଧ୍ୟମରେ ଦେଶର ବିକାଶ ଯାତ୍ରାକୁ
ଗତି ଦେବା ହେଉ, କିମ୍ବା ସଂଵାଦ ଓ ସମ୍ମତି ମାଧ୍ୟମରେ ଗଣତନ୍ତ୍ରର ଗାରିମା ବଢ଼ାଉଥିବା ବିଷୟରେଜେଟଲୀ ପ୍ରତ୍ୟେକ କ୍ଷେତ୍ରରେ ନିଜର ଏକ ଅଲିଭା ଛାପ
ଛାଡ଼ିଛନ୍ତି। ନୀତି, ମୂଲ୍ୟବୋଧ ଓ ବିଚାରଧାରା
ପ୍ରତି ତାଙ୍କର ସଚ୍ଚୋଟତା ସମସ୍ତଙ୍କ ପାଇଁ ଏକ ପ୍ରେରଣାସ୍ରୋତ ଅଟେ।
ତାଙ୍କର ସ୍ନେହପୂର୍ଣ୍ଣ
ମାର୍ଗଦର୍ଶନ ସର୍ବଦା ମୋତେ ଦିଗ ଦେଖାଇଛି। ଆଜି ତାଙ୍କର ପୁଣ୍ୟତିଥିରେ ଅରୁଣ ଜେଟଲୀ
ପାର୍କ ରେ ମୁଁ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ମୋ ପାଇଁ ସେ ସର୍ବଦା
ଜଣେ ବଡ଼ ଭାଇ, ମାର୍ଗଦର୍ଶକ ଓ ପ୍ରେରଣାଦାୟକ ବନ୍ଧୁ ଭାବରେ ସ୍ମରଣୀୟ ରହିବେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
