
ନୂଆଦିଲ୍ଲୀ, ୧୪ ନଭେମ୍ବର (ହିସ) – ବିଶ୍ୱକପ୍ରେ ଭାରତ ଅପରାଜିତ ରହିଛି ଏବଂ ଦଳର ପ୍ରଦର୍ଶନ ରୋମାଂଚକର ହୋଇଛି । ବ୍ୟାଟିଂ ଉତ୍କୃଷ୍ଟ ହୋଇଛି ଏବଂ ଦ୍ରୁତ ବୋଲରମାନେ ମଧ୍ୟ ସେମାନଙ୍କର ଭଲ ଖେଳ ପ୍ରଦର୍ଶନ କରିଛନ୍ତି ।
ଭାରତ ୨୦୨୩ ବିଶ୍ୱକପରେ ତାର ପ୍ରାଧାନ୍ୟ ବିସ୍ତାର କରି ନିଜର ପର୍ଯ୍ୟାୟ ଗ୍ରୁପ୍ର ନଅଟି ମ୍ୟାଚ୍ ଜିତିଛି ଏବଂ ଟୁର୍ନାମେଂଟରେ ଏକମାତ୍ର ଅପରାଜିତ ଦଳ ହୋଇ କରହିଛି । ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ବୁଧବାର ଦିନ ମୁମ୍ବାଇର ବାନଖେଡେ ଷ୍ଟାଡିୟମରେ ମେନ ଇନ୍ ବ୍ଲୁ ନ୍ୟୁଜିଲ୍ୟାଣ୍ଡଲ ସହିତ ହେବ । ଯେତେବେଳେ ଭାରତୀୟ ଦଳ ଏହି ମ୍ୟାଚ୍ ପାଇଁ ପଡିଆ ଭିତରକୁ ପ୍ରବେଶ କରିବ ସେତେବେଳେ ତାଙ୍କର ଲକ୍ଷ ହେବ ନ୍ୟୁଜିଲ୍ୟାଣ୍ଡଠାରୁ ୨୦୧୯ ରେ ହୋଇଥିବା ପରାଜୟର ପ୍ରତିଶୋଧ ନେବା ।
ସେମିଫାଇନାଲରେ ଭାରତର ପଥ ଏଥର ଅଧିକ ବ୍ୟବସ୍ଥିତ ଦେଖାଯାଉଛି, ଯାହା ଏହାର ସମର୍ଥକଙ୍କୁ ଅଧିକ ବିଶ୍ୱସ ଯୋଗାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ହେଉଛି ଘରୋଇ ଦଳ ପାଇଁ ବ୍ୟାଟିଂ ଟେମ୍ପଲେଟରେ ପରିବର୍ତନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
