ଭୁବନେଶ୍ୱର, 20 ଅକ୍ଟୋବର – ଏସିଆନ ପାରା ଗେମ୍ସରେ ଭାଗନେବାକୁ ଥିବା ଆଥଲେଟ୍ସଙ୍କ ପାଇଁ ଆର୍ôଥକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ ଜଣ ଓଡ଼ିଆ ଆଥଲେଟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି । ଆସନ୍ତା ୨୨ରୁ ଚୀନର ହାଙ୍ଗଝୌରେ ଆରମ୍ଭ ହେଉଛି ଏସିଆନ ପାରା ଗେମ୍ସ ସେଠାରେ ସଫଳତା ପାଇଁ ଶୁଭକାମନା ଜଣାଇଲେ ନବୀନ ।
ଓଡ଼ିଶାରୁ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ରଖଲ କୁମାର ସେଠୀ, ଭି ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ, ପୁଜାସ୍ୱିନୀ ନାୟକ ଏସିଆନ ପାରା ଗେମ୍ସରେ ଭାଗ ନେବେ ।
