• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Sports > ସମ୍ବଲପୁର ଲୋକସଭା କ୍ଷେତ୍ରର ସାଂସଦ ଖେଳ ମହୋତ୍ସବ – ୨୦୨୫ ଉଦ୍‌ଯାପିତ
Sports

ସମ୍ବଲପୁର ଲୋକସଭା କ୍ଷେତ୍ରର ସାଂସଦ ଖେଳ ମହୋତ୍ସବ – ୨୦୨୫ ଉଦ୍‌ଯାପିତ

CliQ INDIA
Last updated: November 24, 2025 9:45 pm
CliQ INDIA
Share
3 Min Read
SHARE

ପ୍ରତିଭାବାନ ଖେଳାଳିଙ୍କୁ ତୃଣମୂଳ ସ୍ତରରୁ ଜାତୀୟ ସ୍ତରକୁ ନେବାର ପ୍ରଚେଷ୍ଟା ସାର୍ଥକ ହେଉଛି – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର/ଭୁବନେଶ୍ୱର, ୨୪ ନଭେମ୍ବର (ହି.ସ.)- ‘ସାଂସଦ ଖେଳ ମହୋତ୍ସବ’ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା ପ୍ରସୂତ ଏକ ଅଭିନବ ପ୍ରୟାସ, ଯାହାର ମୂଳ ଲକ୍ଷ୍ୟ ହେଉଛି ଅନେକ ପ୍ରତିଭାବାନ ଖେଳାଳିଙ୍କୁ ତୃଣମୂଳ ସ୍ତରରୁ ଜାତୀୟ ସ୍ତରକୁ ନେବା । ଏହି ମହୋତ୍ସବ ଅନେକ ଦକ୍ଷ କ୍ରୀଡ଼ାବିତ୍ ମାନଙ୍କୁ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସୋମବାର ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଅନୁଷ୍ଠିତ ‘ସାଂସଦ ଖେଳ ମହୋତ୍ସବ – ୨୦୨୫’ର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମହୋତ୍ସବରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ସମ୍ବଲପୁର ବାସ୍ତବରେ କ୍ରୀଡ଼ାର ସହର । ଫୁଟବଲ୍‌, ସୁଇମିଂ, କବାଡ଼ି ସମେତ ଆଥ୍‌ଲେଟିକ୍ସର ବିଭିନ୍ନ ବିଭାଗରେ ଅନେକ ଖେଳାଳି ଭାଗ ନେଇ ନିଜର ଦକ୍ଷତା ପ୍ରକାଶ କରି ଆମ ଅଞ୍ଚଳର ଗୌରବ ବଢ଼ାଇଛନ୍ତି । ସମସ୍ତ ବିଷୟକୁ ‘ସ୍ପୋର୍ଟସ୍ ମ୍ୟାନ୍ ସ୍ପିରିଟ୍‌’ ଭାବରେ ଗ୍ରହଣ କରିବା ଏବଂ ତାକୁ ଉତ୍ସବ ଭାବରେ ପାଳନ କରିବା ସମ୍ବଲପୁରର ଲୋକଚରିତ୍ର । ଖେଳକୁ ଆମକୁ ପ୍ରାଥମିକତାର ବିଷୟ ଭାବରେ ଗ୍ରହଣ କରିବାକୁ ହେବ। ସମାଜ ଖେଳିଲେ ହିଁ ସୁସ୍ଥ ଓ ସମୃଦ୍ଧ ରହିବ । ୨୦୩୬ ଅଲିମ୍ପିକ୍ସ ପାଇଁ ଭାରତ ପ୍ରାକ୍ ପ୍ରସ୍ତୁତ ହେଉଥିବା ବେଳେ ଆମ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏପ୍ରକାର ପ୍ରତିଯୋଗିତା ସେମାନଙ୍କର ଖେଳୁଆଡ଼ ମନୋଭାବକୁ ଆହୁରି ଅଧିକ ପ୍ରସ୍ଫୁଟିତ କରିବ । ଆଗାମୀ ଦିନରେ ସମ୍ବଲପୁର ଜିଲ୍ଲାରେ ଥିବା ବିଭିନ୍ନ ଷ୍ଟାଡିୟମକୁ ଆକର୍ଷଣୀୟ କରାଯିବା ସହ କ୍ରୀଡ଼ା ଭିତ୍ତିଭୂମିକୁ ମଜଭୂତ୍ କରାଯିବ ।

ସେ କହିଛନ୍ତି ଯେ ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିଭିନ୍ନ ବ୍ଲକରେ ଆୟୋଜିତ ‘ସାଂସଦ ଖେଳ ମହୋତ୍ସବ – ୨୦୨୫’ରେ ମୋଟ ୫୩ ହଜାର ୬୧୯ ଜଣ ଖେଳାଳି ପଞ୍ଜୀକୃତ କରିଥିଲେ । ସେଥିମଧ୍ୟରୁ ଛାତ୍ରମାନଙ୍କ ସଂଖ୍ୟା ୨୭,୪୫୫ ଏବଂ ଛାତ୍ରୀମାନଙ୍କ ସଂଖ୍ୟା ୨୬, ୧୫୯ । ନଭେମ୍ବର ୭ରୁ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ମୋଟ ୧୮ ଦିନ ଧରି ଆୟୋଜିତ ଏହି ମହୋତ୍ସବ ଦେବଗଡ଼ରୁ ଆରମ୍ଭ ହୋଇଥିଲା ଏବଂ ଆଜି ସମ୍ବଲପୁରରେ ଉଦଯାପନୀ ଉତ୍ସବ ଆୟୋଜନ ହୋଇଛି । ‘ବିକଶିତ ଭାରତ ପାଇଁ ସୁସ୍ଥ ରହିବେ ଯୁବ ବର୍ଗ’ ଥିମରେ ଆୟୋଜିତ ଏହି ମହୋତ୍ସବରେ କନିଷ୍ଠ ବିଭାଗ (୧୪ ରୁ ୧୭ ବର୍ଷ) ଓ ବରିଷ୍ଠ ବିଭାଗ (୧୮ ରୁ ୨୩ ବର୍ଷ) ବର୍ଗର ଖେଳାଳୀମାନେ ନିଜର ଉନ୍ନତମାନର ଦକ୍ଷତା ପ୍ରଦର୍ଶନ କରିଥିଲେ । କନିଷ୍ଠ ବର୍ଗରେ ୧୦୦ ଓ ୨୦୦ ମିଟର ଦୌଡ଼, ଡିସକସ୍ ଥ୍ରୋ, ସଟଫୁଟ୍ ଏବଂ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ବିଭାଗ (୧୮ ରୁ ୨୩ ବର୍ଷ) ବର୍ଗର ଖେଳାଳୀମାନେ ୧୦୦ ଓ ୨୦୦ ମିଟର ଦୌଡ଼, ଡିସକସ୍ ଥ୍ରୋ, ସଟଫୁଟ୍ ଏବଂ କବାଡ଼ି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ଖେଳକୁମ୍ଭର ସଫଳ ଆୟୋଜନ ପାଇଁ ଶ୍ରୀ ପ୍ରଧାନ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀର ସମସ୍ତ ଖେଳାଳି, ସ୍ୱେଚ୍ଛାସେବୀ ଏବଂ ଆୟୋଜକ ମଣ୍ଡଳୀକୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଉଦଯାପନୀ ସମାରୋହରେ ଓଡ଼ିଶାର କ୍ରୀଡ଼ା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ ଏବଂ ଜିଲ୍ଲା ପ୍ରଶାସନ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

—————

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

You Might Also Like

ବାଲେସିିଆରେ ଅନୁଷ୍ଠିତ ହେବାକୁ ଥିବା ୫ ଟି ଦେଶ ଟୁର୍ନାମେଂଟ ପାଇଁ ୨୪ ସଦସ୍ୟ ବିଶିଷ୍ଟ ଭାରତୀୟ ପୁରୁଷ ହକି ଦଳ ଘୋଷଣା
ମିଚେଲ ମାର୍ଶଙ୍କ ଶତକ ଲସଗ ଲଗାଇଲା ଆଇପିଏଲ ୨୦୨୬ର ଉତ୍ତେଜନାପୂର୍ଣ ମୁହୂର୍ତରେ ଆରସିବି ଉପରେ ବিজୟ
ଜାତୀୟ ଖେଳ ପୁରସ୍କାର 2023- ଚିରାଗ-ସାତ୍ତ୍ୱିକଙ୍କୁ ଧ୍ୟାନଚନ୍ଦ ଖେଳରତ୍ନ ମହମ୍ମଦ ସାମୀଙ୍କୁ ଅର୍ଜୁନ ପୁରସ୍କାର
ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେ ଉଦ୍ଘାଟିତ
ଚାଇନା ଓପନରେ ଭାଗ ନେବାକୁ ତାଙ୍କ ଭିସା ସମସ୍ୟାର ସମାଧାନ ପାଇଁ ଲକ୍ଷ ସେନ୍ଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଆଜି ବିଧାନସଭା ଘେରିବେ ଅଙ୍ଗନବାଡ଼ି କର୍ମଚାରୀ
Next Article ସମ୍ବଲପୁରରେ ଚଷା ସମାଜର ବନ୍ଧୁମାନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?