
ନୂଆଦିଲ୍ଲୀ, ୮ ଡିସେମ୍ବର (ହିସ) – ଡିସେମ୍ବର ୧୫ ରୁ ୨୨ ପର୍ଯ୍ୟନ୍ତ ସ୍ପେନର ଭାଲେନ୍ସିଆରେ ଅନୁଷ୍ଠିତ ହେବାକୁ ଥିବା ୫ ଟି ଦେଶ ଟୁର୍ନାମେଂଟ ପାଇଁ ହକି ଇଣ୍ଡିଆ ଶୁକ୍ରବାର ଦିନ ୨୨ ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରିଛି ।
ଭାରତ ଏହି ଟୁର୍ଣ୍ଣାମେଂଟରେ ଆୟର୍ଲାଣ୍ଡ, ଜର୍ମାନୀ, ସ୍ପେନ୍ ଏବଂ ବେଲଜିୟମ ବିପକ୍ଷରେ ଖେଳିବ, ଯାହା ଜାନୁଆରୀ ୧୩, ୨୦୨୪ ରୁ ଆରମ୍ଭ ହେବାକୁ ଥିବା ଏଫ୍ଆଇ ଏଚ୍ ହକି ଅଲିମ୍ପିକ୍ କ୍ୱାଲିଫାୟର୍ ରାଂଚି୨୦୨୪ ପୂର୍ବରୁ ପ୍ରସ୍ତୁତି ଭାବରେ କାର୍ଯ୍ୟ କରିବ ।
ଶୀର୍ଷ ଗୋଲକିପର ସବିତାଙ୍କୁ ଅଧିନାୟକ ଏବଂ ଅଭିଜ୍ଞ ବନ୍ଦନା କଟାରିଆଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି ।
ଦଳ ଚୟନ ଉପରେ ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଜେନେକେ ସ୍କୋପମାନ କହିଛନ୍ତି, ଆମେ ଏକ ସନ୍ତୁଳିତ, ଶକ୍ତିଶାଳୀ ଦଳ ହୋଇ ଯାଉଛୁ । ଏହି ଟୁର୍ଣର୍ାମେଂଟ ଖେଳାଳିମାନଙ୍କୁ ସାମ୍ପ୍ରତିକ ପ୍ରଦର୍ଶନ ଉପରେ ଆଗକୁ ବଢିବା ପାଇଁ ଏକ ଆଦର୍ଶ ପ୍ଲାଟଫର୍ମ ଦେଇଥାଏ ଏବଂ ନିଜକୁ ଗୁରୁତ୍ୱପୂର୍ଣ୍ଣ ଫ୍ରେମ୍ ହକି ଅଲିମ୍ପିକ୍ କ୍ୱାଲିଫାୟର୍ସ ରାଂଚି ୨୦୨୪ କୁ ଯିବାକୁ ମନର ସଠିକ୍ ଫ୍ରେମରେ ରଖିଥାଏ ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
